ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ବିଜିନେସ୍ ଷ୍ଟାଣ୍ଡାର୍ଡର ଆବାସିକ ସମ୍ପାଦକ(ରେସିଡେଣ୍ଟ ଏଡିଟର) ଦିଲ୍ଲୀପ ଶତପଥୀଙ୍କର ଶେଷକୃତ୍ୟ ସୋମବାର ଅପରାହ୍ନରେ ସ୍ଥାନୀୟ ସତ୍ୟନଗର ଶ୍ମଶାନଠାରେ ସମ୍ପନ୍ନ ହୋଇଯାଇଛି। ଶ୍ରୀଶତପଥୀଙ୍କର ଭଣଜା ମୁଖାଗ୍ନି ଦେଇଥିବା ଜଣାପଡିଛି।
ରବିବାର ବିଳମ୍ବିତ ରାତିରେ ହୃଦଘାତରେ ଦିଲ୍ଲୀପ ଶତପଥୀଙ୍କର ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ଜଣେ ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ବ ଭାବେ ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଅର୍ଥନୀତି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଭାଗନେଇ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରୁଥିଲେ। ଅର୍ଥନୀତି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଲେଖା ଲେଖି ସେ ବେଶ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ସାମ୍ବାଦିକ ମହଲ ତଥା ସମାଜର ବିଭିନ୍ନ ବର୍ଗରେ ଶୋକର ଛାୟା ଖେଳିଯାଇଛି।
ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଶେଷକୃତ୍ୟ ସମ୍ପନ୍ନ
Popular Categories



