www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନୀ ଚ୍ୟାନେଲ ଲାଇଭ୍ ଶୋ ରେ ସାମ୍ବାଦିକଙ୍କୁ ପିଟିଲେ ଶାସକ ଦଳର ନେତା ; ଦେଖନ୍ତୁ ଭିଡିଓ

ଇସଲାମାବାଦ: ପାକିସ୍ତାନର ଏକ ଚ୍ୟାନେଲର ଲାଇଭ୍ ବିତର୍କ କାର୍ଯ୍ୟକ୍ରମରେ ସାମ୍ବାଦିକ ଓ ଅତିଥିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । କାର୍ଯ୍ୟକ୍ରମ ଆରମ୍ଭର ପ୍ରଥମ ଶବ୍ଦରୁ ହିଁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ଯାହା ପରବର୍ତ୍ତୀ ସମୟରେ ହାତାହାତିରେ ପରିଣତ ହୋଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ, ‘କେ ୨୧ ନ୍ୟୁଜ’ ଚ୍ୟାନେଲର ଏକ ବିତର୍କ କାର୍ଯ୍ୟକ୍ରମ ‘ନ୍ୟୁଜ ଲାଇନ ୱିଥ୍ ଆଫତାବ ମୁଘେରୀ’ର ସିଧା ପ୍ରସାରଣ ହେଉଥିଲା । ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ତେହରୀକ ଏ-ଇନସାଫ୍ (ପିଟିଆଇ) ତଥା ଶାସକ ଦଳର ନେତା ମସରୁର ଅଲ୍ଲି ସିୟାଲ ଏବଂ କରାଚୀ ପ୍ରେସ୍ କ୍ଳବର ମୁଖ୍ୟ ଇମତିଆଜ ଖାନ୍ ଯୋଗ ଦେଇଥିଲେ । ପାକିସ୍ତାନ ସ୍ଥିତିକୁ ନେଇ ଆଲୋଚନା ଚାଲିଥିବା ବେଳେ ସାମ୍ବାଦିକଙ୍କ ମତରେ ଶାସକ ଦଳ ନେତା ମସରୁର ଅଲ୍ଲି ସିୟାଲ ରାଜି ହୋଇନଥିଲେ । ଫଳରେ ଉତକ୍ଷିପ୍ତ ହୋଇ ଶାସକ ଦଳର ନେତା ମସରୁର ଅଲ୍ଲି ସିୟାଲ ପ୍ରଥମେ ସମ୍ବାଦିକଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିଲେ । ପରେ ସାମ୍ବାଦିକ ନେତା ସିୟାଲଙ୍କୁ ପିଟିଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ ଅତିଥି ଏବଂ କ୍ରୂ ସଦସ୍ୟ ଉଭୟଙ୍କୁ ଶାନ୍ତ କରାଇଥିଲେ । ଏହି ଘଟଣା ପରେ ବିଭିନ୍ନ ମହଲରୁ ପିଟିଆଇ ଦଳକୁ ସମାଲୋଚନା କରାଯାଉଛି ।

- Advertisement -

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories