www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟସଭା ନିର୍ବାଚନ: ଗୁଜରାଟ କଂଗ୍ରେସର ପିଟିଶନ ଖାରଜ କଲେ ସୁପ୍ରିମକୋର୍ଟ

ଗାନ୍ଧୀନଗର: ରାଜ୍ୟସଭା ନିର୍ବାଚନକୁ ନେଇ ସୁପ୍ରିମକୋର୍ଟ ଗୁଜରାଟ କଂଗ୍ରେସର ପିଟିଶନକୁ ଖାରଜ କରିଦେଇଛନ୍ତି। କୋର୍ଟ ଆବେଦନକାରୀ ଗୁଜରାଟ ପ୍ରଦେଶ କଂଗ୍ରେସର ଓକିଲ ବିବେକ ତଙ୍ଖାଙ୍କୁ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ନିକଟରେ ପିଟିଶନ ଦାଖଲ କରନ୍ତୁ। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ସୁପ୍ରିମକୋର୍ଟ ନିର୍ବାଚନୀ ମାମଲା ଆଧାରରେ ଶୁଣାଣି କରିବେ। କିନ୍ତୁ ଏବେ ଶୁଣାଣି କରିବେ ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ନିୟମିତ ଖାଲି ପଦବୀ ପୂରଣ ପାଇଁ ଏକ ସାଙ୍ଗରେ ନିର୍ବାଚନ ହୁଏ। କିନ୍ତୁ ଆକସ୍ମିକ ଖାଲି ପଦବୀ ପୂରଣ ଲାଗି ଏକା ସାଙ୍ଗରେ ନିର୍ବାଚନ କରିବାର କୌଣସି ବାଧ୍ୟତାମୂଳକ ବ୍ୟବସ୍ଥା ନାହିଁ।

- Advertisement -

ଅନ୍ୟପଟେ କୋର୍ଟଙ୍କ ନିଷ୍ପତ୍ତି ପରେ ବର୍ତ୍ତମାନ ବିଜେପି ଦୁଇଟି ଯାକ ଆସନ ହାତେଇବାରେ ସକ୍ଷମ ହେବ। ସଂଖ୍ୟା ଗରିଷ୍ଠତା ହିସାବରେ ଗୁଜରାଟରେ ରାଜ୍ୟସଭା ନିର୍ବାଚନ ଜିତିବା ଲାଗି ପ୍ରାର୍ଥୀଙ୍କୁ ୬୧ ଭୋଟର ଆବଶ୍ୟକତା ରହିଛି। ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ, ବିଧାୟକ ପୃଥକ ପୃଥକ ଭୋଟ ଦେବେ। ତେଣୁ ସେମାନଙ୍କୁ ୨ଥର ଭୋଟ ଦେବାର ସୁଯୋଗ ମିଳିବ। ଏହି ଅନୁସାରେ ବିଜେପି ବିଧାୟକଙ୍କ ସଂଖ୍ୟା ୧୦୦ରୁ ଅଧିକ ଥିବାରୁ ସେମାନେ ୨ଥର ଲେଖାଏ ଭୋଟ ଦେବେ ଏବଂ ୨ ପ୍ରାର୍ଥୀ ବିଜୟୀ ହୋଇପାରିବେ।

କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଏବଂ ସ୍ମୃତି ଇରାନୀ ଯଥାକ୍ରମେ ଗାନ୍ଧୀନଗର ଓ ଆମେଠିରୁ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହେବା ପରେ ଗୁଜରାଟର ୨ଟି ରାଜ୍ୟସଭା ଆସନ ଫାଙ୍କା ପଡିଛି। ତେଣୁ ସେହି ୨ଟି ଆସନରେ ନିର୍ବାଚନ ହେବ। ଗୁଜରାଟ ବିଧାନସଭାରେ କଂଗ୍ରେସର ୭୫ ବିଧାୟକ ଏବଂ ବିଜେପିର ୧୦୦ରୁ ଅଧିକ ବିଧାୟକ ରହିଛନ୍ତି। ଯଦି ଏକକାଳୀନ ଭୋଟ ହୁଏ ତେବେ କଂଗ୍ରେସ ଖାତାକୁ ଗୋଟିଏ ରାଜ୍ୟସଭା ଆସନ ଯିବ। ତେଣୁ ପୃଥକ ନିର୍ବାଚନ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ କଂଗ୍ରେସ ଏହାକୁ ବିରୋଧ କରିଛି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories