www.samajalive.in
Saturday, December 6, 2025
26.1 C
Bhubaneswar

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

କଲମପୁର : କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ ଦୀର୍ଘ ୧୨ ବର୍ଷ ବ୍ୟବଧାନ ପରେ ତାର ନବକଳେବର ପ୍ରସ୍ତୁତି ଆରମ୍ଭ କରିଛି । ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଥିବା ଏହି ସଂଘ କ୍ରମେ କ୍ରମେ ତାର କାୟା ବିସ୍ତାର କରି ରାଜ୍ୟ ସ୍ତରକୁ ପହଞ୍ଚିବାକୁ ଉଦ୍ୟମ ପୂର୍ବକ ପ୍ରଥମ ପାହାଚ ଅତିକ୍ରାନ୍ତ କରିଛି । ଏହି ଅବସରରେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ନିୟନ୍ତ୍ରିତ ବଜାର କମିଟି ପରିସରରେ ପଣାସଂକ୍ରାନ୍ତି ତଥା ବାବା ସାହେବ ଆମ୍ବେଦକର ଜୟନ୍ତି ଅବସରରେ ଗ୍ରାମାଞ୍ଚଳ ସାମ୍ବାଦିକ ସଂଘ କଳାହାଣ୍ଡି ତରଫରୁ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇ ତାର ରୂପରେଖ ପରିବର୍ତ୍ତନ ସ୍ୱରୂପ କଳାହାଣ୍ଡି ଜିଲ୍ଲାରୁ ରାଜ୍ୟସ୍ତରୀୟ ସଂଘ ନିମନ୍ତେ ଦୃଷ୍ଟି ନିକ୍ଷେପ ପୂର୍ବକ ପରିକଳ୍ପନା କରାଯାଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।

ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଉପସ୍ଥିତ କର୍ମକର୍ତ୍ତାଙ୍କ ସର୍ବସମ୍ମତି କ୍ରମେ ଗ୍ରାମାଞ୍ଚଳ ସାମ୍ବାଦିକ ସଙ୍ଘ କଳାହାଣ୍ଡି ଜିଲ୍ଲା ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ଲଷ୍ମୀ ରଂଜନ ବାଗ, ଉପ-ସଭାପତି ରଜନୀ କାନ୍ତ ଛତ୍ରୀଆ, ସାଧାରଣ ସମ୍ପାଦକ ନିକୁଞ୍ଜ ବିହାରୀ ଚଲାନ, ସମ୍ପାଦକ ଗୋଲାପ ସାହୁ, ସହ-ସଂପାଦକ ଚକ୍ରଧର ବେସ୍ରା, କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ନାଏକଙ୍କୁ ମନୋନୀତ କରିଥିବା ବେଳେ, ରାଜ୍ୟସ୍ତରୀୟ କର୍ମକର୍ତ୍ତା ଚୟନରେ ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଚଲାନଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଚୟନ କରାଯାଇ ଥିଲା । ଉପ-ସଭାପତି ଗଣେଶ ରାମ ବାଗ, ସାଧାରଣ ସମ୍ପାଦକ ତୁଳସୀ ରାମ ଛତ୍ରୀଆ, ସମ୍ପାଦକ ନୟନ ରଂଜନ ପଣ୍ଡାଙ୍କ ନାମ ଘୋଷଣା କରାଯାଇ ଥିଲା।

- Advertisement -

ଏହି ଅବସରରେ ବରିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ବାଳ ମୁକୁନ୍ଦ ପଣ୍ଡାଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରାଯାଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ସୁନ୍ଦର ମୋହନ ଛତ୍ରୀଆ, ଆଦିତ୍ୟ ପ୍ରସାଦ ମହାନ୍ତି, ସମାଜସେବୀ ସୁଧୀର କୁମାର ପଣ୍ଡା ଯୋଗଦାନ କରି ଏହି ସଂଘ ସର୍ବଦା କଳାହାଣ୍ଡି ସାମ୍ବାଦିକଙ୍କ ଲୋକପ୍ରିୟତା ବୃଦ୍ଧି ପଛରେ ପ୍ରମୁଖ କାରଣ ନେଇ ଯେଉଁ ଉଦ୍ୟମ ଜାରି ରଖିଛି ତାହାର ଅନୁସରଣ କରିବା ଅତ୍ୟନ୍ତ କାଠିକର ପାଠ ବୋଲି ଅତିଥିମାନେ ମତ ପୋଷଣ କରିଥିବା ବେଳେ, ଅନ୍ୟ ସଂଘଗୁଡିକ ସହଯୋଗର ହାତ ବଢ଼ାଇ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ପରମାନନ୍ଦ ଠାକୁର ମଞ୍ଚ ପରିଚାଳନା କରିଥିବା ବେଳେ,ଭୋକରଧନ ଢଂଗଡା ମାଝୀ, ପରମାନନ୍ଦ ଛତ୍ରୀଆ, ଅଜିତ କୁମାର ପୁଝାରୀ, ଧର୍ମେନ୍ଦ୍ର ଦାସ, ଶିବ ପ୍ରସାଦ ମହାରଣା, ବସନ୍ତ ସରାବୁ, ତ୍ରିଲୋକ୍ୟ ବେସ୍ରା, ରମେଶ ବେହେରା ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories