ଆବଶ୍ୟକ ସାମଗ୍ରୀ
ଛତୁ – ୨କପ
କାଜୁ ବଟା – ଅଧ କପ
ଜିରା – ୧ ଚାମଚ
ହେଙ୍ଗୁ – ସାମାନ୍ୟ
ହଳଦୀ ଗୁଣ୍ଡ – ଅଳ୍ପ
ଗରମ ମସଲା – ୧ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ଧନିଆ ଗୁଣ୍ଡ – ଅଳ୍ପ
ଟମାଟୋ ରସ – ୨କପ
କଟା ହୋଇଥିବା ପିଆଜ – ୨ଟି
ଅଦା ରସୁଣ ବଟା – ୨ ଚାମଚ
କଞ୍ଚାଲଙ୍କା – ୪ଟି
ତେଲ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସରେ ଏକ କଡେଇ ବସାଇ ତେଲ ଗରମ କରନ୍ତୁ। ଏବେ ଏଥିରେ ହେଙ୍ଗୁ ଓ ଜିରା ପକାନ୍ତୁ। ଏହାପରେ ଭୁସଙ୍ଗପତ୍ର ଓ କଞ୍ଚାଲଙ୍କା ପକାନ୍ତୁ। କିଛି ସମୟ ପରେ ପିଆଜ ଅଦା ରସୁଣ ବଟା ପକାଇ କଷନ୍ତୁ। କିଛି ସମୟ ପରେ ଟମାଟୋ ରସ ପକାନ୍ତୁ। ଏବେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଗରମ ମସଲା , ଲୁଣ ପକାନ୍ତୁ। ଏବେ ଏଥିରେ ରଖିଥିବା ଛତୁକୁ ପକାଇ ୫ ରୁ ୭ ମିନିଟ୍ ଯାଏଁ ବସାନ୍ତୁ। କିଛି ସମୟ ପରେ କାଜୁ ବଟା ଏଥିରେ ପକାଇ କଷନ୍ତୁ। କଷିବା ପରେ ଏକ ପାତ୍ରକୁ କାଢି ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଜୁ ଛତୁ ମସଲା।
କାଜୁ ଛତୁ ମସଲା
Popular Categories



