ରେଳ ଦୂର୍ଘଟଣା ସମୟରେ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ସମ୍ବଲପୁରରେ ମିଳିତ ଅଭ୍ୟାସ
ସମ୍ବଲପୁର : ପୂର୍ବତଟ ରେଳବାଇ ଅର୍ନ୍ତଗତ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ବୁଧବାର ପ୍ରାତଃ କାଳରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କରାଯାଇଛି । ସ୍ଥାନୀୟ ହୀରାକୁଦ ଷ୍ଟେସନ ଠାରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଦଳ (ଏନଡିଆରଏଫ), ଓଡିଶା ବିପର୍ଯ୍ୟୟ ରାପିଡ ଆକ୍ସନ ଫୋର୍ସ, ସ୍ଥାନୀୟ ପ୍ରଶାସନ, ରାଜ୍ୟ ଅଗ୍ନିଶମ ବିଭାଗ, ରାଜ୍ୟ ସ୍ୱାସ୍ଥ୍ୟ ସେବା, ରେଳ ସ୍କାଉଟ ଆଣ୍ଡ ଗାଇଡ, ସ୍ଥାନୀୟ ସ୍ୱେଚ୍ଛାସେବୀ ଓ ରେଳ ବିଭାଗର ସମସ୍ତ ବିଭାଗ ଅଂଶଗ୍ରହଣ କରିଥିଲେ ।
ଅଭ୍ୟାସ ସମୟରେ ଆଧୁନିକ ଯନ୍ତ୍ରପାତି ତଥା ରେଳ କୋଚ କାଟିବା ଯନ୍ତ୍ର, ଅଗ୍ନି ନିର୍ବାପକ ଏବଂ ଶିଘ୍ର ଚିକିତ୍ସା ସ୍ଥାନାନ୍ତର ଭଳି ଆଧୁନିକ ଉପକରଣ ଇତ୍ୟାଦି ବ୍ୟବହାର କରାଯାଇଥିଲା । ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ବିନୀତ ସିଂ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସ୍ଥଳରେ ପହୁଞ୍ôଚ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ଯୋଗାଯୋଗ କରି ଉତ୍ସାହିତ କରିଥିଲେ । ଏହି ଅଭ୍ୟାସ ରେଳବାଇ ଓ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥାକୁ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ଗଭୀର ତଥା ସମନ୍ୱିତ ମୁକାବିଲା କରିବାରେ ସାହାଯ୍ୟ କରିବ । ଏହା ଦ୍ୱାରା ପିଡିତ ମାନଙ୍କୁ କମ ଅସୁବିଧା ଏବଂ ପ୍ରତିକ୍ରିୟା ସମୟକୁ କମ କରାଯିବାରେ ମଧ୍ୟ ବିଶେଷ ସାହାଯ୍ୟ କରିବ । ସମ୍ବଲପୁର ମଣ୍ଡଳ ବରିଷ୍ଠ ନିରାପତ୍ତା ଅଧିକାରୀ ଏସ. ଏସ. ନାୟକଙ୍କ ସଂଯୋଜନାରେ ଏହି ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା
Comments are closed.