www.samajalive.in
Tuesday, December 9, 2025
15.1 C
Bhubaneswar

ଜନସନ ଆଣ୍ଡ ଜନସନ କୋଭିଡ ଟିକା ଯୋଗୁ ପକ୍ଷାଘାତ ହୋଇପାରେ: ଏଫଡିଏର ସତର୍କ ସୂଚନା

ୱାଶିଂଟନ: ଜନସନ ଆଣ୍ଡ ଜନସନ ପକ୍ଷରୁ ପ୍ରସ୍ତୁତ କୋଭିଡ ଟିକା ଦିଆଗଲେ ତାହାଦ୍ୱାରା ବିରଳ ସ୍ନାୟବିକ ଜଟିଳ ସମସ୍ୟା କେତେକ କ୍ଷେତ୍ରରେ ଦେଖାଦେଇପାରେ ଏବଂ ଏହା ପକ୍ଷାଘାତର କାରଣ ହୋଇପାରେ ବୋଲି ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫଡିଏ) ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଏହାଫଳରେ ଜନସାଧାରଣଙ୍କୁ ଟିକାକରଣ କରିବା ଦିଗରେ ଜନସନ ଆଣ୍ଡ ଜନସନ ପକ୍ଷରୁ ଚାଲିଥିବା ଉଦ୍ୟମ ପ୍ରତି ଶକ୍ତ ଧକ୍କା ପହଞ୍ଚିଛି। ଏଫଡିଏର ଏଭଳି ଘୋଷଣା କାରଣରୁ ଜନସନ ଆଣ୍ଡ ଜନସନ କୋଭିଡ ଟିକା ସମସ୍ୟାରେ ପଡିଯାଇଥିବାବେଳେ ଏଫଡିଏ ପକ୍ଷରୁ କୁହାଯାଇଛି ଯେ ମଡର୍ଣ୍ଣା ଏବଂ ଫାଇଜର ବାୟୋଏନ୍‍ଟେକ ଟିକା କ୍ଷେତ୍ରରେ ସେଭଳି ସମସ୍ୟା ଦେଖିବାକୁ ମିଳିନାହିଁ।
ଏଫଡିଏ ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ ଏପର୍ଯ୍ରନ୍ତ ୧୨.୮ ନିୟୁତ ଜାନସେନ ଟିକା ଦିଆଯାଇସାରିଥିବାବେଳେ ପ୍ରାୟ ୧୦୦ଟି ପ୍ରାଥମିକ ରିପୋର୍ଟରୁ ଏଭଳି ସ୍ନାୟବିକ ସମସ୍ୟା ଦେଖାଦେଇଥିବା ଖବର ହସ୍ତଗତ ହୋଇଛି। ଏହା କହିଛି ଯେ ଜାନସେନ ଟିକା ନେଇଥିବା ବ୍ୟକ୍ତି ହାତ ଓ ଗୋଡରେ ଯନ୍ତ୍ରଣା ହେଲେ ଅଥବା ଦୁର୍ବଳ ଲାଗିଲେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ। ଏହି ଟିକା ନେଇଥିବା ଲୋକଙ୍କ ଠାରେ ଚାଲିବା, କଥା କହିବା, ଚୋବାଇବା ଅଥବା ଗିଳିବା କିମ୍ବା ହାତ ଗୋଡ ଉପରକୁ ଉଠାଇବାରେ ଯନ୍ତ୍ରଣା, ପରିସ୍ରା, ମଳତ୍ୟାଗ ଆଦି କ୍ଷେତ୍ରରେ ନିୟନ୍ତ୍ରଣ ନରହିବା ଭଳି ଲକ୍ଷଣ ପ୍ରକାଶ ପାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories