www.samajalive.in
Saturday, December 6, 2025
16.1 C
Bhubaneswar

ଆଜମ ଖାନଙ୍କ ଭଳି ନେତାଙ୍କ ପାଇଁ ‘ଆଣ୍ଟି ରୋମିଓ ସ୍କ୍ବାଡ୍‌’ ଗଠନ ହୋଇଛି: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ମୌ: ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କ ପ୍ରତି ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଅରୁଚିକର ଏବଂ ଅଶ୍ଳୀଳ ମନ୍ତବ୍ୟକୁ ନେଇ ବିବାଦ ଘନେଇଛି। ଏହି ପରିପ୍ରେକ୍ଷୀରେ ଆଜମ ଖାନଙ୍କ ପ୍ରତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ମନ୍ତବ୍ୟ ମଧ୍ୟ ଆଲୋଚନାର ବିଷୟ ପାଲଟିଛି। ଆଜମ ଖାନଙ୍କ ଟିପ୍ପଣୀ ଉପରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏଭଳି ଲୋକଙ୍କ ପାଇଁ ମୁଁ ଆଣ୍ଟି ରୋମିଓ ସ୍କ୍ବାଡ୍‌ ଗଠନ କରିଛି। ଆଜମଙ୍କ ମନ୍ତବ୍ୟ ସମାଜବାଦୀ ପାର୍ଟି ଚିନ୍ତାଧାରାର ନିଦର୍ଶନ। ଆଜମ ଏଭଳି ମନ୍ତବ୍ୟ ଦେବା ପରେ ବି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଚୁପ ରହିବା ଲଜ୍ଜାର ବିଷୟ।

ଏହା ବ୍ୟତୀତ ଯୋଗୀ ଆଦିତ୍ୟନାଥ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କୁ ମଧ୍ୟ ଟାର୍ଗେଟ କରି ସମାଲୋଚନା କରିଛନ୍ତି। ମାୟାବତୀ ଜଣେ ମହିଳା ହୋଇ ବି ଏହି ପ୍ରସଙ୍ଗରେ ଚୁପ୍‌ ରହିଛନ୍ତି। କ୍ଷମତାକୁ ଆସିବା ଲାଗି ଏମାନେ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଯୋଗୀ କହିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories