www.samajalive.in
Saturday, December 6, 2025
26.1 C
Bhubaneswar

ଏହି ଦୁଇ ରାଶିର ବ୍ୟକ୍ତି କଳା ସୂତା ଧାରଣ କରିବା ଅନୁଚିତ୍ ; ହୋଇଥାଏ ଅଶୁଭ

ସାଧାରଣତଃ ଆମ ମଧ୍ୟରୁ ଅନେକ ଲୋକେ ହାତ କିମ୍ବା ଗୋଡ଼ରେ କଳା ସୂତା ବାନ୍ଧି ଥାଆନ୍ତି। ବିଭିନ୍ନ ଲୋକ ଭିନ୍ନ ଭିନ୍ନ ବିଶ୍ୱାସ ନେଇ କଳା ସୂତା ଧାରଣ କରିଥାଆନ୍ତି। ଏହାକୁ ବାନ୍ଧିବା ଦ୍ୱାରା ଖରାପ ଦୃଷ୍ଟିରୁ ରକ୍ଷା ମିଳିଥାଏ ବୋଲି ବିଶ୍ୱାସ ରହିଛି। ଆଉ କିଛି ଲୋକେ ଫ୍ୟାଶନ୍ ଭାବେ ହାତ କିମ୍ବା ଗୋଡ଼ରେ କଳା ସୂତା ବାନ୍ଧି ଥାଆନ୍ତି। ହେଲେ ଏ ବିଷୟରେ ଖୁବ୍ କମ୍ ଲୋକ ଅବଗତ ଯେ କିଛି ରାଶିର ବ୍ୟକ୍ତିଙ୍କ ପାଇଁ କଳା ସୂତା ବାନ୍ଧିବା ଅଶୁଭ ହୋଇଥାଏ। ବିଶେଷ କରି ଦୁଇଟି ରାଶିର ବ୍ୟକ୍ତିମାନେ କଳାସୂତା ଧାରଣ କଲେ ତାଙ୍କୁ ଭଲ ଫଳ ପରିବର୍ତ୍ତେ ଅଶୁଭ ଫଳ ପ୍ରାପ୍ତି ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଦୁଇଟି ରାଶି ପାଇଁ କଳା ସୂତା ଧାରଣ କରିବା ଅଶୁଭ ହୋଇଥାଏ –

 

- Advertisement -

ଜ୍ୟୋତିଷଶାସ୍ତ୍ର ଅନୁସାରେ, ମେଷ ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ। ମଙ୍ଗଳ କୌଣସି କଳା ବସ୍ତୁ ପସନ୍ଦ କରନ୍ତିନାହିଁ। ତେଣୁ ମେଷ ରାଶିର ବ୍ୟକ୍ତି କଳା ସୂତା ଧାରଣ କଲେ ମଙ୍ଗଳ କ୍ରୋଧିତ ହୋଇଥାଆନ୍ତି। ଯଦ୍ବାରା ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ରାଶିର ବ୍ୟକ୍ତି କଳା ସୂତା ଧାରଣ କରିବା ଦ୍ୱାରା ସମସ୍ତ ଖରାପ ଶକ୍ତିର ପ୍ରଭାବ ତାଙ୍କ ଉପରେ ପଡ଼ିଥାଏ। ତେଣୁ ମେଷ ରାଶିର ବ୍ୟକ୍ତି କେବେହେଲେ କଳା ସୂତା ଧାରଣ କରନ୍ତୁ ନାହିଁ।

ସେହିପରି ବିଛା ରାଶିର ସ୍ୱାମୀ ମଧ୍ୟ ହେଉଛନ୍ତି ମଙ୍ଗଳ ଗ୍ରହ। ବିଛା ରାଶିର ବ୍ୟକ୍ତିଙ୍କ ଜୀବନରେ ମଙ୍ଗଳ ଗ୍ରହଙ୍କ ପ୍ରଭାବ ପଡ଼ିଥାଏ। ବିଛା ରାଶିର ବ୍ୟକ୍ତି ଭୁଲରେ ମଧ୍ୟ କଳା ସୂତା ଧାରଣ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ମଙ୍ଗଳ ଦେବ ରାଗି ଯାଆନ୍ତି। ମାତ୍ର ବିଛା ରାଶିର ବ୍ୟକ୍ତି ନାଲି ସୂତା ଧାରଣ କରିପାରିବେ। ନାଲି ରଙ୍ଗର ସୂତା ବାନ୍ଧିବା ବିଛା ରାଶି ପାଇଁ ଶୁଭ ହୋଇଥାଏ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories