www.samajalive.in
Saturday, December 6, 2025
16.1 C
Bhubaneswar

ଡ୍ୟୁକ୍‌ ବଲ୍‌କୁ ନେଇ ଗିଲ୍‌ଙ୍କ ପରେ ଆର୍ଚରଙ୍କ ଅସନ୍ତୋଷ

ଲର୍ଡସ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସରେ ଚାଲିଥିବା ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ତୃତୀୟ ଟେଷ୍ଟ ମ୍ୟାଚରେ ଡ୍ୟୁକ୍‌ ବଲକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ଦ୍ବିତୀୟ ଦିନରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ଡ୍ୟୁକ୍‌ ବଲକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶନିବାର ତୃତୀୟ ଦିନରେ ଇଂଲଣ୍ଡର ଦ୍ରୁତ ବୋଲର ଜେଫ୍ରା ଆର୍ଚର ମଧ୍ୟ ଡ୍ୟୁକ୍‌ ବଲକୁ ନେଇ ସମାନ ଢଙ୍ଗରେ ଅସନ୍ତୋଷ ଜାହିର କରିଛନ୍ତି। ଡ୍ୟୁକ୍‌ ବଲ ଖେଳିବା ଅନୁପଯୋଗୀ ହେବା ନେଇ ବୋଲରଙ୍କ ଅଭିଯୋଗ ମ୍ୟାଚରେ ଅନ୍ୟତମ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ଭାରତୀୟ ଇନିଂସର ୪୬ତମ ଓଭରରେ ଆର୍ଚର ରାହୁଲଙ୍କୁ ଏକ ସର୍ଟପିଚ ବଲ ପକାଇଥିଲେ।ଏହା ପରେ ବଲର ଆକାର ବଦଳି ଯାଇଥିବା ନେଇ ଆର୍ଚର ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅମ୍ପାୟାର ବଲ ଟେଷ୍ଟ ରିଙ୍ଗ ସହାୟତାରେ ବଲକୁ ପରୀକ୍ଷା କରିଥିଲେ। ବଲ ଠିକ ଥିବା କହି ଅମ୍ପାୟାର ଉକ୍ତ ବଲରେ ମ୍ୟାଚକୁ ଖେଳିବା ନେଇ କହିଥିଲେ। ଯାହାକୁ ନେଇଆର୍ଚର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଆର୍ଚର ବଲକୁ ବଦଳାଇବା ନେଇ କହିଥିଲେ ମଧ୍ୟ ଅମ୍ପାୟାର ଶୁଣିନଥିଲେ।

ଶୁକ୍ରବାର ଦ୍ବିତୀୟ ଦିନରେ ବଲ ବଦଳାଇବାକୁ ନେଇ ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଫଳରେ ଡ୍ୟୁକ ବଲକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଇଂଲଣ୍ଡର ପ୍ରଥମ ଇନିଂସରେ ଦ୍ବିତୀୟ ନୂଆ ବଲ ୮୦,୧ ଓଭରରେ ନିଆଯାଇଥିଲା। ଏହି ବଲ ୬୩ଟି ବଲ ପଡ଼ିବା ପରେ ଏହାର ରୂପରେଖ ବଦଳି ଯାଇଥିଲା। ଫଳରେ ଭାରତ ପକ୍ଷରୁ ଏହି ବଲକୁ ବଦଳାବା ପାଇଁ ଅମ୍ପାୟାରଙ୍କୁ ଅନୁରୋଧ କରାଯାଇଥିଲା। ଅମ୍ପାୟାର ବଲ ବଦଳାଇ ଅଧିକ ଥର ବ୍ୟବହାର ହୋଇଥିବା ବଲ ଭାରତକୁ ଦେଇଥିଲେ। ଏହା ଦେଖି ଗିଲ୍‌ ରାଗିଯିବା ସହ ଅମ୍ପାୟାର ଶରଫୁଦ୍ଦୋଲଶଙ୍କ ସହ ଯୁକ୍ତି କରିଥିଲେ। ଅନ୍ୟପକ୍ଷରେ ନୂଆ ବଲରେ ମାତ୍ର ୧୦ ଓଭର ବୋଲିଂ ପରେ ଶୁକ୍ରବାର ଦ୍ବିତୀୟ ଦିନରେ ଭାରତୀୟ ଅଧିନାୟକ ଶୁଭମନ ଗିଲ ବଲ ପରିବର୍ତ୍ତନକୁ ନେଇ ଅମ୍ପାୟାରଙ୍କୁ କହିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ପୂର୍ବତନ ଇଂଲଣ୍ଡ କ୍ରିକେଟର ଷ୍ଟିୱାଟ ବ୍ରଡ୍‌ ଓ ନାସିର ହୁସେନ କହିଛନ୍ତି। ୮୦ ଓଭର ପୂର୍ବରୁ ବଲକୁ ପରିବର୍ତ୍ତନ କରିବା ଅନାବଶ୍ୟକ। କିନ୍ତୁ ଗିଲ୍‌ ନୂଆ ବଲରେ ମାତ୍ର ୧୦ ଓଭର ପରେ ବଲ ପରିବର୍ତ୍ତନ କରିବାକୁ କହିବ​‌ା ଅଣ ଖେଳୁଆଡର ମନୋବୃତ୍ତି ବୋଲି ନାସିର ହୁସେନ କହିଛନ୍ତିୀ। ମ୍ୟାଚରେ ଉନ୍ନତମାତର ଡ୍ୟୁକ ବଲ ବ୍ୟବହାର ଆବଶ୍ୟକ ବୋଲି ନାସିର ହୁସେନ କହିଛନ୍ତି। ଅନ୍ୟପକ୍ଷରେ ଗିଲ୍‌ ଓ ଆର୍ଚରଙ୍କ ବଲକୁ ନେଇ ଅଭିଯୋଗ ପରେ ଡ୍ୟୁକ ବଲର ମାନକୁ ନେଇ ପ୍ରଶ୍ନ ଉଠିଛି।

Hot this week

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

Related Articles

Popular Categories