www.samajalive.in
Saturday, December 13, 2025
26.1 C
Bhubaneswar

ଲର୍ଡ୍ସ ଟେଷ୍ଟ; ପ୍ରଥମ ଇନିଂସରେ ଉଭୟ ଦଳର ୩୮୭

ଲର୍ଡସ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ଇନିଂସରେ ସମାନ ୩୮୭ ରନ୍‌ କରିଛନ୍ତି। ଫଳରେ ମ୍ୟାଚ୍‌ରେ ଆଉ ୨ ଦିନ ବାକିଥିବା ବେଳେ ଦ୍ବିତୀୟ ଇନିଂସ ନିର୍ଣ୍ଣାୟକ ହେବାକୁ ଯାଉଛି। କେ.ଏଲ୍‌. ରାହୁଲଙ୍କ ଶତକ ଏବଂ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡ଼େଜାଙ୍କ ଅର୍ଦ୍ଧଶତକ ବଳ​‌େ​‌ର ଶନିବାର ୩ୟ ଦିନର ଖେଳ ସରିବାକୁ କେଇ ମିନିଟ ବାକିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୩୮୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ୧୦୭ ରନ୍‌ରେ ୩ଟି ୱିକେଟ୍‌ ହରାଇଥିବା ଭାରତ ଭଲ ସ୍କୋର୍‌ କରିପାରିଛି ବୋଲି ସ୍ବୀକାର କରିବାକୁ ହେବ। ପରେ ଷ୍ଟମ୍ପ୍‌ ଅପସାରଣ ପୂର୍ବରୁ ଇଂଲଣ୍ଡକୁ ଯଶପ୍ରୀତ ବୁମ୍‌ରାଙ୍କ ୧ ଓଭର ଖେଳିବାକୁ ପଡ଼ିଥିଲା। କୌଣସି ୱିକେଟ୍‌ ନ ହରାଇ ଇଂଲଣ୍ଡ ୨ ରନ୍‌ କରିପାରିଛି।
ଭାରତୀୟ ଦଳ ଦ୍ବିତୀୟ ଦିନରେ ସତର୍କତାର ସହ ଖେଳି ୪୩ ଓଭରରୁ ୩ ୱିକେଟ୍‌ ହରାଇ ୧୪୫ ରନ୍‌ କରିଥିଲା। ହେଲେ ଶନିବାର ତୃତୀୟ ଦିନରେ ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍ କେ.ଏଲ୍‌. ରାହୁଲ ଓ ଋଷଭ ପନ୍ତ ସଟ୍‌ ଖେଳିବାର ପ୍ରୟାସ କରିଥିଲେ। ଫଳରେ ୩ୟ ଦିନର ପ୍ରଥମ ଅଧିବେଶନରେ ଭାରତ ୨୨.୩ ଓଭରରେ ୧୦୩ ରନ୍‌ କରି ପାରିଥିଲା। ଭାରତ ଏହି ଅଧିବେଶନରେ ପ୍ରାଧାନ୍ୟ ବିସ୍ତାର କରିବା ଭଳି ଲାଗୁଥିବା ବେଳେ ଭୋଜନ ବିରତି ପୂର୍ବରୁ ଅନ୍ତିମ ଓଭରରେ ବିପର୍ଯ୍ୟୟ ଭୋଗିଥିଲା। ପନ୍ତ ରନ୍‌ଆଉଟ୍‌ ହେବାରୁ ଏହି ଗୁରୁତ୍ବପୂର୍ଣ୍ଣ ଯୋଡ଼ି ଭାଙ୍ଗିଥିଲା। ୪ର୍ଥ ୱିକେଟ୍‌ ପାଇଁ ରାହୁଲ ଓ ବାମହାତି ପନ୍ତ ୧୪୧ ରନ୍‌ ଯୋଡ଼ିଥିଲେ। ଋଷଭ ପନ୍ତ ୧୧୨ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୭୪ ରନ୍‌ କରିଥିଲେ। ବିରତି ପରେ ଆବଶ୍ୟକ ୨ ରନ୍‌ ନେଇ ରାହୁଲ ଲର୍ଡସରେ ୨ୟ, ଚଳିତ ଶୃଙ୍ଖଳାରେ ୨ୟ, ଇଂଲଣ୍ଡରେ ୪ର୍ଥ ଓ ଜୀବନର ୧୦ମ ଟେଷ୍ଟ ଶତକ ପୂରଣ କରିଥିଲେ। ହେଲେ ପରେପରେ ସୋଏବ୍‌ ବସିରଙ୍କ ବଲ୍‌ରେ ସ୍ଲିପ୍‌ରେ କ୍ୟାଚ୍‌ ଦେଇ ରାହୁଲ ବିଦାୟ ନେଇଥିଲେ। ରାହୁଲ ୧୭୭ ବଲ୍‌ରୁ ୧୩ଟି ଚୌକା ସହ ୧୦୦ ରନ୍‌ କରିଥିଲେ। ୬ ରନ୍‌ ମଧ୍ୟରେ ଭାରତ ୨ଟି ୱିକେଟ୍‌ ହରାଇବା ପରେ ଦୁଇ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜା‌େ‌ଡ଼ଜା ଓ ନୀତୀଶ କୁମାର ରେଡ୍‌ଡୀ ଲଢ଼ୁଆ ଭାଗୀଦାରି କରିଥିଲେ। ଦୁହେଁ ୬ଷ୍ଠ ୱିକେଟ୍‌ରେ ୭୪ ରନ୍‌ ଯୋଡ଼ି ଦଳକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ବେନ୍ ଷ୍ଟୋକ୍‌ସଙ୍କ ଏକ ମାରାତ୍ମକ ବଲ୍‌ରେ ୱିକେଟ୍‌ ରକ୍ଷକଙ୍କୁ କ୍ୟାଚ୍‌ ଦେଇ ନୀତୀଶ ଆଉଟ୍‌ ହୋଇଥିଲେ। ନୀତୀଶ ୯୧ ବଲ୍‌ରୁ ୪ଟି ଚୌକା ସହ ୩୦ ରନ୍‌ କରିଥିଲେ। ରବୀନ୍ଦ୍ର ଜାଡ଼େଜା ବ୍ୟାଟିଂ ଫର୍ମ ଜାରିରଖି କ୍ରମାଗତ ୩ୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ୱାଶିଂଟନ ସୁନ୍ଦର ମଧ୍ୟ ଲଢ଼ୁଅା ବ୍ୟାଟିଂ କରିଥିଲେ। ଜାଡ଼େଜା ଓ ସୁନ୍ଦର ୭ମ ୱିକେଟ୍‌ ପାଇଁ ୫୦ ରନ୍‌ ଯୋଡ଼ିବାରୁ ଭାରତ ପ୍ରଥମ ଇନିଂସରେ ଆଗୁଆ ହେବା ପରି ଲାଗୁଥିଲା। ହେଲେ ଏହି ଯୋଡ଼ି ଭାଙ୍ଗିବା ସହ ଭାରତ ୯ ରନ୍‌ରେ ଶେଷ ୪ ୱିକେଟ୍‌ ହରାଇ ଇଂଲଣ୍ଡ ସହ ସମାନ ୩୮୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଜାଡ଼େଜା ୧୩୧ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୭୨ ରନ୍‌କରି ଆଉଟ୍‌ ହୋଇଥିଲେ। ପରବର୍ତ୍ତୀ ୨ ବ୍ୟାଟ୍‌ସମ୍ୟାନ ବିଫଳ ହେବା ପରେ ୱାଶିଂଟନ ସୁନ୍ଦର ବଡ଼ ସଟ୍‌ ମାରିବାର ପ୍ରୟାସରେ ଅନ୍ତିମ ଖେଳାଳି ଭାବେ ଆଉଟ୍‌ ହୋଇଥିଲେ। ସୁନ୍ଦର ୨୩ ରନ୍‌ କରିଥିଲେ। ଘରୋଇ ଦଳର କ୍ରିସ୍ ୱକ୍‌ସ ୩ଟି ଏବଂ ଜୋଫ୍ରା ଆର୍ଚର ଓ ବେନ୍ ଷ୍ଟୋକ୍‌ସ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories