www.samajalive.in
Saturday, December 13, 2025
15.1 C
Bhubaneswar

ଯୁବକଙ୍କୁ ଆତଙ୍କବାଦୀ ସଜାଇବା ଅଭିଯୋଗରେ ମହିଳା ଗିରଫ

ଶ୍ରୀନଗର : ରାଜ୍ୟର ଯୁବକମାନଙ୍କୁ ଜିହାଦ୍‍ ପ୍ରତି ଆକୃଷ୍ଟ କରାଇବା ଓ ଆତଙ୍କବାଦୀ ସଜାଇବା ଅଭିଯୋଗରେ ପୁଲିସ ଶନିବାର ଜଣେ ୩୦ବର୍ଷୀୟା କାଶ୍ମୀର ମହିଳାଙ୍କୁ ଗିରଫ କରିଛି। ଫେସ୍‍ବୁକ୍‍ ଭଳି ସାମାଜିକ ଗଣମାଧ୍ୟମରେ ସେ ଏହି ଅଭିଯାନ ଚଳାଇଥିବା ପୁଲିସ କହିଛି। ସମ୍ପୃକ୍ତ ମହିଳାଙ୍କ ନାମ ସାଜିଆ ଓ ସେ ଉତ୍ତର କାଶ୍ମୀରର ବାନ୍ଦିପୁରା ଅନ୍ତର୍ଗତ ସମ୍ବଲ ନିକଟ ନାଇଦଖାଇ ଗ୍ରାମବାସୀ। ସେ ଦୁଇ ସନ୍ତାନଙ୍କ ଜନନୀ। ସେ ଆତଙ୍କବାଦୀ ସଂଗଠନ ଜୈସ୍‍-ଇ-ମହମ୍ମଦ ପାଇଁ କାର୍ଯ୍ୟ କରୁଥିଲା ବୋଲି ପୁଲିସ କହିଛି। ଜେରାବେଳେ ସାଜିଆ ନିକଟରେ ଅନନ୍ତନାଗର ଦୁଇ ଯୁବକଙ୍କୁ ମାଗାଜିନ୍‍ ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ସ୍ୱୀକାର କରିଛନ୍ତି। ଆତଙ୍କବାଦୀଙ୍କୁ ଧରାଇଦେବା ନାଁରେ ଓ ପୁଲିସ ସୂଚନାଦାତା ଆଳରେ ସେ କିଛି ଅଧିକାରୀଙ୍କ ସହିତ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରି ପୁଲିସର ସନ୍ଦେହ ବଳୟକୁ ଆସିଥିଲେ। କିଛି ମାସ ହେଲା ପୁଲିସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଜଣେ ମହିଳା ଗିରଫ ହେବା ଘଟଣା ରାଜ୍ୟରେ ପ୍ରଥମ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ନିକଟରେ ଲାୟାପୁରାଠାରେ ୨୦ଟି ଗ୍ରେନେଡ ନେଇ ଯାଉଥିବାବେଳେ ଆସିୟା ଜାନ୍‍ ନାମ୍ନୀ ଜଣେ ୨୮ବର୍ଷୀୟା ମହିଳାଙ୍କୁ ପୁଲିସ ଧରିଥିଲା। ତାଙ୍କଠାରୁ ଆଉ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିଲା। ସେ ଏଗୁଡ଼ିକର ଚୋରାଚାଲାଣ କରୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହି ମାମଲାରେ ତାଙ୍କର ଦୁଇ ଭାଇଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories