ଲଖନପୁର : ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ବନହରପାଲିସ୍ଥିତ ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମ (ଓପିଜିସି) ଇବ ଥର୍ମାଲର ପୁରୁଣା ପାଉଁଶ ପୋଖରୀ ଏ ଓ ବିରେ କାର୍ୟ୍ୟରତ ଜଣେ ନିଖୋଜ ଶ୍ରମିକଙ୍କ ମୃତ ଦେହକୁ ପାଉଁଶ ଗଦା ଭିତରୁ ପୋତି ହୋଇଥିବା ଅବସ୍ଥାରେ ପୁଲିସ ରବିବାର ଅପରାହ୍ନରେ ଉଦ୍ଧାର କରିଛି । ମୃତ ଶ୍ରମିକଙ୍କ ଜଣକ କୁମ୍ଭାରବନ୍ଧ ପଞ୍ଚାୟତ କଟାଟିକିରା ଗ୍ରାମର ନିରୋଜବନ୍ଧୁ ଭୋଇ (ଓରଫ୍ ବଡ) (୬୦) ବୋଲି ଜଣାପଡ଼ିଛି । ତେବେ ରବିବାର ଦୀର୍ଘ ସମୟ ଧରି ଖୋଜାଖୋଜି କଲାପରେ ପୁଲିସ ଏହି ପାଉଁଶ ପୋଖରୀ ଭିତରୁ ଶ୍ରମିକ ନିରୋଜବନ୍ଧୁଙ୍କ ମୃତ ଦେହକୁ ଉଦ୍ଧାର କରିଛି । ଏନେଇ ଘଟଣା ସ୍ଥଳରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ଶତାଧିକ ସ୍ଥାନୀୟ ବାସିନ୍ଦା ମୃତକ ପରିବାର ଲୋକଙ୍କ ପାଇଁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ଓପିଜିସିରେ ଏକ ସ୍ଥାୟୀ ନିଯୁକ୍ତି ଏବଂ ଏହି ଘଟଣାକୁ ହତ୍ୟା ମାମଲା ରୁଜୁ କରି ପକୃତ ଦୋଷୀଙ୍କ ବରୋଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଧାରଣା ଦିଆଯାଇଥିଲା । ଏହାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଲଖନପୁର ଅତିରିକ୍ତ ତହସିଲଦାର ପ୍ରେମାନନ୍ଦ ଉର୍ମାଙ୍କ ସମେତ ବ୍ରଜରାଜନଗର ଏଡିପିଓ ରାମପ୍ରସାଦ ସାହୁ, ଆଇଆଇସି ବିଶ୍ୱାମିତ୍ର ହରପାଲ, ବନହରପାଲି ଆଇଆଇସି ପୁରୁଷୋତମ ଭୋଇ, ବେଲପାହାଡ଼ ଆଇଆଇସି ରଶ୍ମିତା ବେହେରା ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା ଜାରି ରଖିଛନ୍ତି ।
ସୂଚନା ପ୍ରକାଶ ପାଉଁଶ ପୋଖରୀର ଏ ରୁ ପାଉଁଶ ନେଇ ବି ପୋଖରୀରେ ଡ଼ମ୍ପିଂ କରାଯାଇ ତା ଉପରେ ମାଟି ଫିଲିଙ୍ଗ କାର୍ୟ୍ୟ କରାଯାଇଥାଏ । ମୃତ ନିରୋଜବନ୍ଧୁ ଏହି କମ୍ପାନୀ ଅଧିନରେ ଜଣେ ସୁପର ଭାଇଜର ଭାବରେ କାର୍ୟ୍ୟ କରୁଥିଲେ । ପ୍ରତିଦିନ ଭଳି ଶୁକ୍ରବାର ରାତିରେ ମଧ୍ୟ କମ୍ପାନୀ କ୍ୟାମ୍ପରେ ଖିଆପିଆ ସାରି ସେ କାର୍ୟ୍ୟରେ ଯାଇଥିଲେ । ଏହା ପରେ ସେ ଭୋର ସକାଳେ କୁଆଡ଼େ ଅଚାନକ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ସହକର୍ମୀମାନଙ୍କ କହିବା ଅନୁସାରେ ନିଖୋଜ ନିରୋଜବନ୍ଧୁଙ୍କୁ ଭୋର ପ୍ରାୟ ୪ ଟାରେ କେତେକ ସହକର୍ମୀ ଭେଟି କଥାବାର୍ତା ମଧ୍ୟ ହୋଇଥିଲେ । ଏହା ପରେ ତାଙ୍କୁ ଆଉ କେହି ମଧ୍ୟ ଦେଖିନଥିଲେ । କାର୍ୟ୍ୟ ସ୍ଥଳୀରେ ତାଙ୍କର ସାଇକଲ, ପାଣି ବୋତଲ ଓ ଗାମୁଛା ପଡ଼ିଥିବା ବେଳେ ସେ ଯେଉଁ ଚୌକିରେ ବସି ଲେଖାପଢା କରୁଥିଲେ ଚୌକି ମଧ୍ୟ ନଥିବା ଜଣାପଡ଼ିଥିଲା । ସୂଚନାରୁ ପ୍ରକାଶ ନିରୋଜବନ୍ଧୁଙ୍କ ନିଖୋଜକୁ ନେଇ ସେଠାରେ କାର୍ୟ୍ୟରତ ଠିକା କମ୍ପାନୀର ସାଇଟ ଅଧିକାରୀ ରମେଶ ସାମଲ ବନହରପାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉଦ୍ଦେଶ୍ୟ ମୂଳକ ଭବରେ ନିରୋଜବନ୍ଧୁଙ୍କ ଉପରେ ପାଉଁଶ ଡମ୍ପିଂ କରାଯାଇଥାଇପାରେ ବୋଲି କେତେକ ସ୍ଥାନୀୟ ବାସିନ୍ଦା ପୁଲିସକୁ ଅଭିଯୋଗ କରିଥିଲେ । ଏହାକୁ ଲକ୍ଷ୍ୟ କରି ବନହରପାଲି ପୁଲିସ ଘଟଣା ସ୍ଥାଳକୁ ପହଞ୍ଚି ଜେସିବି ଗାଡ଼ି ଯୋଗେ ପାଉଁଶ ପୋଖରୀର ବିଭିନ୍ନ ସ୍ଥାନରେ ପାଉଁଶକୁ ଖୋଲାଇ ନିଖୋଜ ଶ୍ରମିକ ନିରୋଜବନ୍ଧୁଙ୍କ ସନ୍ଧାନ ପାଇଁ ଅଧିକ ତଦନ୍ତ ଜାରି ରଖିଥିଲା । ଗତ ଶନିବାର ପୂର୍ବାହ୍ନରୁ ଏହି ଉଦ୍ଧାର କାର୍ୟ୍ୟ ଜାରି ରହିଥିବା ବେଳେ ଦୀର୍ଘ ୨୬ ଘଣ୍ଟା ପରେ ନିଖୋଜ ଶ୍ରମିକ ନିରୋଜବନ୍ଧୁଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଥିଲା । ପୁଲିସ ଏଥି ସହି ଘଟଣା ସ୍ଥଳରେ ସନ୍ଧାନୀ କୁକୁର ଓ ସାଇନ୍ଟିଫିକ ଦଳ ଯୋଗେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।
ଓପିଜିସି ଆଶପଣ୍ଡରେ କାର୍ୟ୍ୟରତ ଶ୍ରମିକ ନିଖୋଜ ମାମଲା ; ପାଉଶରୁ ଉଦ୍ଧାର ହେଲା ଶ୍ରମିକଙ୍କ ମୃତ ଦେହ
Popular Categories



