www.samajalive.in
Saturday, December 13, 2025
27.1 C
Bhubaneswar

କାଶ୍ମୀର ଭାରତର ଆଭ୍ୟନ୍ତରିଣ ବ୍ୟାପାର – ରୁଷ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଭାରତରେ ରୁଷ ରାଷ୍ଟ୍ରଦୂତ ନିକୋଲେ କୁଦାଶେବ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଭାରତର ପଦକ୍ଷେପ ନେଇ ତାଙ୍କ ସରକାର କୌଣସି ସନ୍ଦେହରେ ନାହାନ୍ତି। କାଶ୍ମୀର ହେଉଛି ଭାରତର ଆଭ୍ୟନ୍ତରିଣ ବ୍ୟାପାର ଓ ଏହା ସାମ୍ବିଧାନିକ ବ୍ୟବସ୍ଥାର ଅବିଚ୍ଛେଦ୍ୟ ଅଂଶ ବୋଲି ସେ କହିଛନ୍ତି। ଜାତିସଂଘ ନିରାପତ୍ତା ପରିଷଦରେ ଅନୁଷ୍ଠିତ ରୁଦ୍ଧଦ୍ୱାର ବୈଠକରେ କାଶ୍ମୀର ପ୍ରସଙ୍ଗ ଉପରେ ରୁଷର ଆଭିମୁଖ୍ୟ ସଂକ୍ରାନ୍ତରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ କହିଛନ୍ତି, କାଶ୍ମୀର ପ୍ରସଙ୍ଗ ଜାତିସଂଘର କାର୍ଯ୍ୟସୂଚୀରେ ସ୍ଥାନ ପାଉ ରୁଷ ଏହା କେବେ ଚାହେଁ ନାହିଁ। ଜାତିସଂଘ ନିରାପତ୍ତା ପରିଷଦରେ କାଶ୍ମୀର ପ୍ରସଙ୍ଗ ଉତ୍ଥାପନ ହୋଇଥିବା ସଂକ୍ରାନ୍ତରେ ସେ କହିଛନ୍ତି, କାଶ୍ମୀର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦ୍ୱିପକ୍ଷିୟ ପ୍ରସଙ୍ଗ ବୋଲି ରୁଷ ସର୍ବଦା ବିଶ୍ୱାସ କରିଆସୁଛି। ସେ କହିଛନ୍ତି, ଶିମଳା ରାଜିନାମା ଓ ଲାହୋର ଘୋଷଣାନାମା ଅନୁସାରେ ଏହାର ଦ୍ୱିପକ୍ଷିୟ ଉପାୟରେ ସମାଧାନ ହେବା ଉଚିତ୍‍।

ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ଯେଉଁମାନଙ୍କର କାଶ୍ମୀର ପ୍ରସଙ୍ଗ ନେଇ ଭାରତର ପଦକ୍ଷେପ ସଂକ୍ରାନ୍ତରେ କୌଣସି ପ୍ରଶ୍ନ ରହିଛି, ସେମାନେ କାଶ୍ମୀର ଯାଆନ୍ତୁ, ଆମେ ସନ୍ତୁଷ୍ଟ ତେଣୁ ସେଠାକୁ ଯିବା ଆବଶ୍ୟକ ନାହିଁ। କୁଦାଶେବ ପୂର୍ବରୁ କହିଥିଲେ ଯେ ଭାରତ ସରକାରଙ୍କ ପକ୍ଷରୁ କାଶ୍ମୀର ଗସ୍ତ ପାଇଁ କୌଣସି ନିମନ୍ତ୍ରଣ ପାଇଁ ନାହାନ୍ତି। ଅନ୍ୟପକ୍ଷରେ ରୁଷର ଡେପୁଟି ଚିଫ ବବୂସ୍କିନ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଶୁକ୍ରବାର ସାକ୍ଷାତ କରି କହିଛନ୍ତି ଯେ ୨୦୧୫ ସୁଦ୍ଧା ସମସ୍ତ ଏସ-୪୦୦ ପ୍ରତିରକ୍ଷା କ୍ଷେପଣାସ୍ତ୍ର ଯୋଗାଇ ଦିଆଯିବ। ବିଦେଶ ମନ୍ତ୍ରୀ ଜୟଶଙ୍କର ଆସନ୍ତା ମାର୍ଚ୍ଚ ୨୨ ଓ ୨୩ରେ ରୁଷ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

Hot this week

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

Related Articles

Popular Categories