www.samajalive.in
Tuesday, December 9, 2025
16.1 C
Bhubaneswar

୩୬ ଜଣ କେନ୍ଦ୍ରମନ୍ତ୍ରୀ ଯିବେ ଜାମ୍ମୁ କାଶ୍ମୀର – ବାଣ୍ଟିବେ ସଚେତନତା ବାର୍ତ୍ତା

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀମାନଙ୍କର ଏକ ଦଳ ଆସନ୍ତାକାଲିଠାରୁ ଜାମ୍ମୁ-କାଶ୍ମୀର ଗସ୍ତରେ ଯିବେ। ଚଳିତ ମାସ ୨୪ ତାରିଖ ସୁଦ୍ଦା ୩୬ ଜଣ କେନ୍ଦ୍ରମନ୍ତ୍ରୀ ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ର ମନ୍ତ୍ରୀ ଜି. କିଶନ୍‍ ରେଡ୍ଡୀ ଜାମ୍ମୁ ଓ କାଶ୍ମୀରର ମୁଖ୍ୟ ସଚିବ ବିଭିଆର ସୁବ୍ରମଣିଅମ ଏହି ଗସ୍ତ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଜାମ୍ମୁ-କାଶ୍ମୀର ଗସ୍ତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହା ଇଚ୍ଛା ପ୍ରକାଶ କରିଥିବାର ରେଡ୍ଡୀ କହିଛନ୍ତି। ଧାରା ୩୭୦ ଉଛେଦ ପରେ କେନ୍ଦ୍ରଶାସିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ଏହି ଗସ୍ତର ମୂଳ ଲକ୍ଷ୍ୟ।

ମିଳିଥିବା ସୂଚନା ଅନୁଯାୟୀ, ଏହି ମନ୍ତ୍ରୀସ୍ଥରୀୟ ଦଳ ଜମ୍ମୁକୁ ୫୧ ଥର ଓ ଶ୍ରୀନଗରକୁ ୮ ଥର ଗସ୍ତ କରିବେ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଜାନୁଆରୀ ୧୯ରେ ରିଆସି ଜିଲ୍ଲା ଅନ୍ତର୍ଗତ କତରା ଓ ପଂଥଲ ଅଂଚଳ ଗସ୍ତ କରିବା କାର୍ଯ୍ୟକ୍ରମ ଥିବା ବେଳେ ସେହିଦିନ ତାଙ୍କ କ୍ୟାବିନେଟ ସହକର୍ମୀ ପିୟୁଷ ଗୋଏଲ ଶ୍ରୀନଗର ଯିବେ। ଜାନୁଆରୀ ୨୨ରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଶନ. ରେଡ୍ଡୀ ଗନ୍ଦରବଲ ଓ ୨୩ରେ ମଣିଗାଓଁ ଯିବେ। କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଜାନୁଆରୀ ୨୪ରେ ବରମୁଳା ଯିବାର କାର୍ଯ୍ୟକ୍ରମ ଥିବା ବେଳେ ଭିକେ ସିଂହ ଜାନୁଆରୀ ୨୦ରେ ଉଦ୍ଧାମପୁରର ଟିକରି ଓ ୨୧ରେ କିରଣ ରିଜିଜ୍ଜୁ ଜାମ୍ମୁର ସୂଚେତଗଡ଼ ଗସ୍ତରେ ଯିବେ।

- Advertisement -

ସେହିପରି କେନ୍ଦ୍ରମନ୍ତ୍ରୀ ଆରକେ ସିଂହ ଦୋଡା ଜିଲାର ଖେଲାନି ଏବଂ ଶ୍ରୀପଦ ନାୟକ ଶ୍ରୀନଗରରେ ସଭାରେ ଉଦ୍ବୋଧନ ଦେବାର କାରଃୟକ୍ରମ ରହିଛି। ଅନ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଅନୁରାଗ ଠାକୁର, ଗିରିରାଜ ସିଂହ, ପ୍ରହ୍ଲାଦ ଯୋଶୀ, ରମେଶ ପୋଖରିଆଲ ନିଶଙ୍କ ଏବଂ ଜିତେନ୍ଦ୍ର ସିଂହ ମଧ୍ୟ ଏହି ସମୟ ମଧ୍ୟରେ ବିଭିନ୍ନ ଜିଲ୍ଲା ପରିଦର୍ଶନ କରିବେ। ତେବେ ପୁଣି ଏକ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ମନ୍ତ୍ରୀଗଣ ଜାମ୍ମୁ କାଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ଅପାତତଃ ସ୍ଥିର ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories