ଓଡିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଦାୟିତ୍ୱରୁ ହରି ପ୍ରସାଦ ବିଦା,ଏବେ ସମ୍ଭାଳିବେ ଜିତେନ୍ଦ୍ର ସିଂ

0

ଭୁବନେଶ୍ୱର: ଓଡିଶା ପ୍ରଦେଶ କଂଗ୍ରେସର ପ୍ରଭାରୀ ଦାୟୀତ୍ୱ ବିକେ ହରି ପ୍ରସାଦଙ୍କ ଠାରୁ ପ୍ରତ୍ୟାହାର କରି ନିଆଯାଇଥିବା ବେଳେ ପୂର୍ବତନ କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜିତେନ୍ଦ୍ରଙ୍କୁ ଏହି ଦାୟୀତ୍ୱ ପ୍ରଦାନ କରିଛନ୍ତି ।

ଓଡିଶା ପ୍ରଦେଶ କଂଗ୍ରେସର  ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ  ବହୁ ଦିନରୁ ଦାବି ହୋଇ ଆସୁଥିଲା । ଏବେ ବିକେ ହରି ପ୍ରସାଦଙ୍କୁ ପରିବର୍ତ୍ତନ କରାଯାଇ ଜିତେନ୍ଦ୍ରଙ୍କୁ ଓଡିଶା ଦାୟିତ୍ୱ ଦିଆଯାଇଛି ।  ଚଳିତ ବର୍ଷ ଆରମ୍ଭରେ ଜିତେନ୍ଦ୍ର ସିଂ ଓଡିଶା ଆସିଥିଲେ । ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ କଂଗ୍ରେସ ଅଧ୍ୟକ୍ଷଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଥିଲେ । ଜିତେନ୍ଦ୍ରଙ୍କୁ ଦାୟିତ୍ୱ ଦେବା ସହ ଦଳରେ ଯୁବ କର୍ମମକର୍ତ୍ତାଙ୍କୁ ଅଧିକ ଗୁରୁ ଦାୟିତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ।

ଜିତେନ୍ଦ୍ର ସିଂ ଓଡିଶା ଦାୟିତ୍ୱ ପାଇବା ପରେ  ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଜଣେ ଯୁବ  ଦକ୍ଷ ନେତା । ତାଙ୍କ ନେତୃତ୍ୱରେ କଂଗ୍ରେସ ଆହୁରି ଶକ୍ତିଶାଳୀ ହେବ ବୋଲି ସେ ସୂଚନା ଦେଇଛନ୍ତି ।

Leave A Reply