bjd gruha runa banner

ଜିସାଟ୍‌-୬ଏର ଉତ୍‌କ୍ଷେପଣ ସଫଳ

bjd  ek lkhya koti banner
0

ଚେନ୍ନଇ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ଯୋଗାଯୋଗ ଉପଗ୍ରହ ଜିସାଟ୍‌-୬ଏର ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଗୁରୁବାର ଅପରାହ୍ଣ ୪ଟା ୫୬ମିନିଟ୍‌ରେ ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଜିଏସଏଲଭି-ଏଫ୦୮ ରକେଟ୍‌ ଯୋଗେ ଏହି ଉପଗ୍ରହକୁ ସଫଳତାର ସହ ଉତ୍‌କ୍ଷେପଣ କରାଯାଇଛି। ଜିସାଟ୍‌-୬ଏ ଉପଗ୍ରହର ଓଜନ ୨୧୪୦ କିଲେ। ଏହା ଉଚ୍ଚ ଶକ୍ତିସମ୍ପନ୍ନ ଏସ-ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ। ଏହା ପୂର୍ବରୁ ଇସ୍ରୋ ପ୍ରେରଣ କରିଥିବା ଜିସାଟ୍‌-୬ ଉପଗ୍ରହର ଏହା ଅନୁରୂପ। ଏହି ଉପଗ୍ରହର ମହାକାଶରେ ୧୦ବର୍ଷ ପାଇଁ କାର୍ଯ୍ୟ କରିବ। ରକେଟଠାରୁ ଅଲଗା ହେବାର ୧୭ ମିନିଟ ମଧ୍ୟରେ ଏହାକୁ କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା ।

Leave A Reply