www.samajalive.in
Saturday, December 6, 2025
23.1 C
Bhubaneswar

ଭାରତୀ ଏୟାରଟେଲ୍‍ ସହିତ ରିଲାଏନ୍ସ ଜିଓର ଡେଫିନାଇଟିଭ ଏଗ୍ରିମେଣ୍ଟ ଫର୍‍ ଟ୍ରେଡିଂ

ମୁମ୍ବଇ: ରିଲାଏନ୍ସ ଜିଓ ଇନ୍‍ଫୋକମ ଲିମିଟେଡ (ଆରଜେଆଇଏଲ) ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଓ ମୁମ୍ବଇ ସର୍କଲରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‍ରେ ସ୍ପେକ୍ଟ୍ରମ ବ୍ୟବହାର କରିବାର ଅଧିକାର ହାସଲ ପାଇଁ ସ୍ପେକ୍ଟ୍ରମ ଟ୍ରେଡିଂ ଜରିଆରେ ଭାରତୀ ଏୟାରଟେଲ ସହିତ ଏକ ଡେଫିନାଇଟିଭ ଚୁକ୍ତିନାମାରେ ଉପନୀତ ହୋଇଥିବା ସମ୍ପର୍କରେ ଘୋଷଣା କରିଛି। ଟ୍ରେଡିଂ କରାଯାଇଥିବା ସର୍କଲୱାରୀ ସ୍ପେକ୍ଟ୍ରମ ସଂପର୍କରେ ନିମ୍ନରେ ଉଲ୍ଲେଖ କରାଯାଇଛି। ଟ୍ରେଡିଂ ରାଜିନାମା ଭାରତ ସରକାରଙ୍କ ଦୂରସଂଚାର ବିଭାଗ ଦ୍ୱାରା ଜାରି ସ୍ପେକ୍ଟ୍ରମ ଟ୍ରେଡିଂ ନିର୍ଦ୍ଦେଶାବଳୀ ମୁତାବକ ହୋଇଛି ଏବଂ ଏହା ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନକୁ ଅପେକ୍ଷା କରୁଛି। ଏହି ସ୍ପେକ୍ଟ୍ରମ ବ୍ୟବହାର କରିବା ଅଧିକାରର ମୋଟ ମୂଲ୍ୟ ୧୪୯୭ କୋଟି ଟଙ୍କା, ଯେଉଁଥିରେ ବିଳମ୍ବିତ ଦେୟ ୪୫୯ କୋଟି ଟଙ୍କା ମୂଲ୍ୟ ସଂଯୁକ୍ତ ରହିଛି, ଏବଂ ତାହାକୁ କାରବାର ସମ୍ପର୍କିତ ଆଡଜଷ୍ଟମେଣ୍ଟ ମଧ୍ୟ କରାଯାଇପାରିବ। ସ୍ପେକ୍ଟ୍ରମ ବ୍ୟବହାର ସକାଶେ ଏହି ଟ୍ରେଡିଂ ଅଧବକାରସହିତ ଆରଜେଆଇଏଲ୍‍ ସଂପ୍ରତି ମୁମ୍ବଇ ସର୍କଲରେ ୨ ଗୁଣନ ୧୫ ମେଗାହର୍ଜ ଏବଂ ଆନ୍ଧ୍ରପ୍ରଦେଶ ଓ ଦିଲ୍ଲୀ ସର୍କଲରେ ୨ ଗୁଣନ ୧୦ ମେଗାହର୍ଜ ସ୍ପେକ୍ଟ୍ରମ ହାସଲ କରିବ ଏବଂ ତଦ୍ଦ୍ୱାରା ଏହିସବୁ ସର୍କଲରେ ଏହାର ସ୍ପେକ୍ଟ୍ରମ ଉପସ୍ଥିତିକୁ ଅଧିକ ସୁଦୃଢ କରିପାରିବ। ବର୍ଦ୍ଧିତ ସ୍ପେକ୍ଟ୍ରମ ଉପସ୍ଥିତି, ବିଶେଷକରି ସଂସ୍ପର୍ଶୀ ସ୍ପେକ୍ଟ୍ରମ ବଳରେ ଏବଂ ଉନ୍ନତ ଭିତ୍ତିଭୂମି ଦ୍ୱାରା ଆରଜେଆଇଏଲ୍‍ ଏହାର ନେଟୱର୍କ କ୍ଷମତାରେ ପୁନଃ ବୃଦ୍ଧି ଘଟାଇଛି। ଏହି କାରବାର ଆବଶ୍ୟକ ନିୟାମକ ଏବଂ ବୈଧାନିକ ଅନୁମୋଦନ ମିଳିବାପରେ କାର୍ଯ୍ୟକ୍ଷମ ହେବ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories