www.samajalive.in
Saturday, December 13, 2025
26.1 C
Bhubaneswar

ନଭେମ୍ବରରେ ୨୪.୧ ଏମ୍‍ବିପିଏସ ସ୍ପିଡ ସହିତ ୪ଜି ଡାଉନଲୋଡ ସ୍ପିଡରେ ଜିଓ ଶୀର୍ଷରେ: ଟ୍ରାଇ ତଥ୍ୟ

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ମାସରେ ସେକେଣ୍ଡ ପ୍ରତି ୨୪.୧ ମେଗାବିଟ୍‍ (ଏମ୍‍ବିପିଏସ) ୪ଜି ଡାଉନଲୋଡ ସ୍ପିଡ ସହିତ ରିଲାଏନ୍ସ ଜିଓ ତାହାର ଶୀର୍ଷ ସ୍ଥାନ ଅପରିବର୍ତ୍ତିତ ରଖିଥିବା ଭାରତର ଦୂରସଂଚାର ନିୟନ୍ତ୍ରଣ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ତଥ୍ୟରେ କୁହାଯାଇଛି ।
ନଭେମ୍ବରରେ ହାରାହାରି ୪ଜି ଡାଉନଲୋଡ ସ୍ପିଡରେ ଜିଓ ନେଟୱର୍କ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି ହାସଲ କରିବା ସହିତ ୨୪.୧ ଏମ୍‍ବିପିଏସ ସ୍ପିଡରେ ପହଞ୍ଚିଥିବାବେଳେ ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ନେଟୱର୍କରେ ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏହି ମାସରେ ଯଥାକ୍ରମେ ୧୭ ଏମ୍‍ବିପିଏସ ଏବଂ ୧୩.୯ ଏମ୍‍ବିପିଏସ ରହିଥିଲା । ନଭେମ୍ବର ମାସରେ ଜିଓର ହାରାହାରି ୪ଜି ଡାଉନଲୋଡ ସ୍ପିଡ ଏୟାରଟେଲ ଅପେକ୍ଷା ୧୦.୨ ଏମ୍‍ବିପିଏସ ଏବଂ ଭୋଡାଫୋନ ଆଇଡିଆ ତୁଳନାରେ ୭.୧ ଏମ୍‍ବିପିଏସ ଅଧିକ ରହିଥିଲା ।
ତେବେ ନଭେମ୍ବରରେ ୪ଜି ଅପ୍‍ଲୋଡ ସ୍ପିଡରେ ଭୋଡାଫୋନ ଆଇଡିଆ ଶୀର୍ଷରେ ରହିବା ସହିତ ହାରାହାରି ୪ଜି ଅପ୍‍ଲୋଡ ୮ ଏମ୍‍ବିପିଏସ ହାସଲ କରିଥିଲା । ଜିଓ ମଧ୍ୟ ନଭେମ୍ବରରେ ହାରାହାରି ୪ଜି ଅପ୍‍ଲୋଡ ସ୍ପିଡ ୭.୧ ଏମ୍‍ବିପିଏସ ହାସଲ କରିଥିଲା, ଯାହା ପାଞ୍ଚମାସ ମଧ୍ୟରେ ସର୍ବାଧିକ । ଅନ୍ୟପକ୍ଷରେ ଏୟାରଟେଲ ଏହି ମାସରେ ୫.୬ ଏମ୍‍ବିପିଏସ ହାରାହାରି ଅପ୍‍ଲୋଡ ସ୍ପିଡ ସହିତ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡାଉନଲୋଡ ସ୍ପିଡ ଗ୍ରାହକଙ୍କୁ ଇଣ୍ଟରନେଟରୁ ବିଭିନ୍ନ ବିଷୟବସ୍ତୁର ସୁଯୋଗ ନେବାରେ ସହାୟତା କରିଥାଏ, ଅନ୍ୟପକ୍ଷରେ ଅପ୍‍ଲୋଡ ସ୍ପିଡ ସେମାନଙ୍କୁ ସେମାନଙ୍କ ସହିତ ଯୋଗାଯୋଗରେ ଥିବା ବ୍ୟକ୍ତିଙ୍କ ନିକଟକୁ ଡାଟା ପଠାଇବା ଅଥବା ଛବି ଅଥବା ଫଟୋ ଆଦି ପ୍ରେରଣରେ ସହାୟକ ହୋଇଥାଏ ।
ଟ୍ରାଇ ସମଗ୍ର ଦେଶରୁ ଏହାର ମାଇଁସ୍ପିଡ ଆପ୍ଲିକେସନ ସହାୟତାରେ ବାସ୍ତବ ସମୟ ଭିତ୍ତିରେ ସଂଗ୍ରହ କରୁଥିବା ତଥ୍ୟକୁ ନେଇ ହାରାହାରି ସ୍ପିଡ ହିସାବ କରିଥାଏ । ଟ୍ରାଇର ମାଇଁସ୍ପିଡ ପୋର୍ଟାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଜିଓ ୩୮.୧ ଏମ୍‍ବିପିଏସ ହାରାହାରି ୪ଜି ଡାଉନଲୋଡ ସ୍ପିଡ ସହିତ ସର୍ବାଗ୍ରେ ରହିଥିବାବେଳେ ଭୋଡାଫୋନ ଆଇଡିଆ ୧୦.୩ ଏମ୍‍ବିପିଏସ ଏବଂ ଏୟାରଟେଲ ୮.୯ ଏମ୍‍ବିପିଏସ ହାରାହାରି ଡାଉନଲୋଡ ସ୍ପିଡ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ରାଜ୍ୟରେ ହାରାହାରି ୪ଜି ଅପ୍‍ଲୋଡ ସ୍ପିଡ କ୍ଷେତ୍ରରେ ଭୋଡାଫୋନ ଆଇଡିଆ ୯.୩ ଏମ୍‍ବିପିଏସ ସହିତ ଆଗରେ ରହିଥିବାବେଳେ ଜିଓ ୮.୧ ଏମ୍‍ବିପିଏସ ଏବଂ ଏୟାରେଟଲ ୩.୧ ଏମ୍‍ବିପିଏସ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories