www.samajalive.in
Friday, December 12, 2025
16.1 C
Bhubaneswar

ମମିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ:ନରସିଂହ

ବଲାଙ୍ଗିର: ବଲାଙ୍ଗିର ଜିଲାର ଝିଅ ମମିତା ମେହେର ହତ୍ୟା ଘଟଣାରେ ପୁଲିସର ଅନୁସନ୍ଧାନ ବାଟବଣା ହୋଇଛି। ଏଥିରେ ସଂପୃକ୍ତ ସରକାରର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ଘଣ୍ଟ ଘୋଡାଉଛନ୍ତି। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ତେଜିଛି। ଗତ ୧୦ ତାରିଖ ଦିନ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଓ କରାଯାଇଥିଲା। ଏଥିରେ ସରକାର ଏବଂ ପୁଲିସ ବାହିନୀ ଛାତ୍ର ନେତାମାନଙ୍କୁ ମରଣାନ୍ତ୍ରକ ଆକ୍ରମଣ କରିଥିଲେ। ପୁଲିସ ରାଜ୍ୟ କଂଗ୍ରେସର କାର୍ଯ୍ୟାଳୟକୁ ପଶି ସେଠାରେ ଉପସ୍ଥିତ ଥିବା ଛାତ୍ର ନେତା ଓ ନାରୀନେତ୍ରୀମାନଙ୍କ ମରାଣାନ୍ତ୍ରକ ଆକ୍ରମଣ କରିଥିଲେ। ଏହା ଅତି ନିନ୍ଦନୀୟ ଏବଂ ଅଗଣତାନ୍ତ୍ରିକ। କୌଣସି ବି ଆନ୍ଦୋଳନକୁ ପୁଲିସ ଲାଠି ଓ ବନ୍ଧୁକ ଦ୍ୱାରା ଦମନ କରିପାରିବ ନାହିଁ। ମମିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ। ମଙ୍ଗଳବାର ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟମାଧ୍ୟମରେ ଚେତାବନୀ ଦେଇଛନ୍ତି।

 

- Advertisement -

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେଦିନ ଏପରି କୌଣସି ଘଟଣା ଘଟି ନଥିଲା ଯେଉଁଥି ପାଇଁ କଂଗ୍ରେସ ଦଳର ଛାତ୍ରନେତାମାନଙ୍କ ଉପରେ ଲାଠି ପ୍ରହାର କରାଯିବ। ପୁଲିସର ଏପରି ମାତ୍ରଧିକ ବଳ ପ୍ରୟୋଗ ଏବଂ ମରଣାନ୍ତ୍ରକ ଆକ୍ରମଣ ଯୋଗୁଁ ଅନେକ ଛାତ୍ର ନେତା ଲହୁଲୁହାଣ ହୋଇଛନ୍ତି। ତେଣୁ ଏହି ଘଟଣା ଯୋଗୁଁ ଉକ୍ତ ଦିନ ପୁଲିସ ପକ୍ଷରୁ ମଗାଯାଇଥିବା କ୍ଷମା ଯଥେଷ୍ଟ ନୁହେଁ। ଏହି ଘଟଣା ପାଇଁ ଉପଯୁକ୍ତ ତଦନ୍ତ କରି ଯେଉଁ ଅଧିକାରୀ ଦୋଷୀ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଦାବି କରିଥିଲେ। ଜିଲା କଂଗ୍ରେସ ସଭାପତି ଦିଲୀପ ବେହେରାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭ୍ୟ ଉମାଶଙ୍କର ପଣ୍ଡା, ଜିଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଜିଲା କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ନଗର କଂଗ୍ରେସ ସଭାପତି ବୁଲୁ ଦାନୀ, ପଞ୍ଚାୟତିରାଜ ସଂଗଠନର ଅଜୟ ବାଲି, ଯୁବ କଂଗ୍ରେସ ସଭାପତି ପ୍ରେମ ପ୍ରକାଶ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଟୁଲୁ ସେନ, ଅଜିତ ମହାନନ୍ଦ, ନିତେଶ ପଧାନ ପ୍ରମୁଖ ସରକାରଙ୍କ ପ୍ରରୋଚନାରେ ପୁଲିସର ଦମନଲିଳାକୁ ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା କଂଗ୍ରେସର ସମସ୍ତ ଛାମୁଆ ସଂଗଠନ ଓ କାର୍ଯ୍ୟକର୍ତ୍ତା ଓ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories