www.samajalive.in
Saturday, December 6, 2025
15.1 C
Bhubaneswar

ବିଜୁଳି ଗଲେ ମିଳୁନିି ଜିଓ ନେଟୱାର୍କ, ୧୫ହଜାରରୁ ଊର୍ଦ୍ଧ୍ବ ଉପଭୋକ୍ତା ହନ୍ତସନ୍ତ

ଆରଡି: ରାଜ୍ୟର ଏକ ପ୍ରମୁଖ ଶୈବକ୍ଷେତ୍ର ଭାବେ ମାନ୍ୟତା ପାଇଥିବା ଆରଡିପୀଠରେ ଦୀର୍ଘଦିନ ହେବ ବିଦ୍ୟୁତ ବିଭାଗର ଲୁଚକାଳି ସାଙ୍ଗକୁ ବଳି ପଡିଛି ଜିଓ ବିଭାଗର ଉଦାସିନତା। ଏପରିକି ଆରଡିପୀଠରେ ଯଦି ବିଜୁଳି କଟୁଛି ତାହାଲେ ଆରଡି ସମେତ ଆଖପାଖ ଅଞ୍ଚଳରେ ଘଣ୍ଟାଘଣ୍ଟା ଓ ଦିନଦିନ ଧରି ଜିଓ ନେଟୱାର୍କ ରହୁନଥିବା ଉପଭକ୍ତାମାନେ ଅଭିଯୋଗ କରିଛନ୍ତି। ଫଳରେ ଜିଓ ଟାୱାର ଉପରେ ନିର୍ଭର କରୁଥିବା ୧୫ହଜାରରୁ ଊର୍ଦ୍ଧ୍ବ ଗ୍ରାହକ ସାମାନ୍ୟ ଫୋନ କରିବାକୁ ନାକେଦମ ହେଉଛନ୍ତି। ଏହି ଟାୱାର ଉପରେ ନିର୍ଭର କରି ଅନଲାଇନ ଦ୍ୱାରା ପାଠ ପଢୁଥିବା ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ପାଠପଢାରୁ ବଞ୍ଚିତ ହେଉଛନ୍ତି। ସେହିପରି ଆରଡିପୀଠ ଏକ ପ୍ରମୁଖ ଶୈବକ୍ଷେତ୍ର ହୋଇଥିବାରୁ ଦୈନନ୍ଦିନ ଏଠାକୁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର-ହଜାର ପର୍ଯ୍ୟଟକ ଆସିଥାନ୍ତି। ହେଲେ ବଡବଡ ଯାନିଯାତ୍ରାରେ ଜିଓ ନେଟୱାର୍କ ନରହିବା ସାଧାରଣରେ ତିବ୍ର ଅସନ୍ତୋଷ ଦେଖା ଦେଇଥାଏ। ଏଥିପ୍ରତି ଜିଓ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହିତ ତୁରନ୍ତ ସେବା ଯୋଗାଇଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories