www.samajalive.in
Saturday, December 6, 2025
23.1 C
Bhubaneswar

ଖୋର୍ଦ୍ଧାରେ ଭୟଙ୍କର ବନ୍ୟା ପରିସ୍ଥିତି; ବନ୍ୟାଂଚଳ ପରିଦର୍ଶନ କଲେ ଜଟଣୀ ବିଧାୟକ

ଜଟଣୀ : ଖୋର୍ଦ୍ଧାରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି। ତେବେ ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିଭିନ୍ନ ବନ୍ୟାଂଚଳ ପରିଦର୍ଶନ କରିଥିବା ଜଣାପଡ଼ିଛି। ଜଟଣୀ ବ୍ଲକର ତିରିମଲ୍ଲା ଗ୍ରାମ ପଂଚାୟତର ପାଣ୍ଡିଆବିଲ୍ଲି, ବୁଢ଼ାଙ୍ଗଗେରା, ରାଣିପୁର, ବିସିଆପଡ଼ା, ବୁଢ଼ାପଡ଼ା, ବରକୁଦା, ପାଂଚଗାଁ, ବିରିବନ୍ଧ, କୁହା, କଂଟିଲୋ, ଅରକୁଳ, ବୋତଣ୍ଡାରେ ଲୋକମାନେ ପାଣି ଘେରରେ ରହିଥିବାବେଳେ ଖୋର୍ଦ୍ଧା ବ୍ଲକରେ କେରଙ୍ଗ ଗ୍ରାମ ପଂଚାୟତର କୁମ୍ଭିଲୋ, ସେହିପରି ହଳଦିଆ ଗ୍ରାମପଂଚାୟତର ବସନ୍ତ, କୁହାପୁଟୁ, ପାଟଣା, ବାଲିସାହି ଆଦି ଅଂଚଳର ଜନସାଧାରଣ ୧୫ଦିନ ହେଲାଣି ପାଣିଘେରରେ ରହିଛନ୍ତି। ଲୋକମାନଙ୍କ ସହ ଗୋରୁ ଗାଈ ମଧ୍ୟ ଉପାସ ଭୋକରେ ଘୋର ସଂକଟରେ ରହିଛନ୍ତି। ସରକାରଙ୍କର ରିଲିଫର ବ୍ୟବସ୍ଥା କିଛି ନାହିଁ। ତୁରନ୍ତ ସରକାର ରିଲିଫ ଯୋଗାଇ ଜନସାଧାରଣଙ୍କ ଜୀବନ ରକ୍ଷା କରନ୍ତୁ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବନ୍ୟାଂଚଳ ପରିଦର୍ଶ କରି ସରକାରଙ୍କ ପାଖରେ ଦାବି କରିଛନ୍ତି ଏବଂ ତିରିମଲ୍ଲରେ ସୃଷ୍ଟି ହୋଇଥିବା ଏକ ବଡ଼ଘାଇ ତୁରନ୍ତ ମରାମତି କରିବାକୁ ଶ୍ରୀ ରାଉତରାୟ ଦାବି ଜଣାଇଛନ୍ତି। ଆଜି ସେ ଲଂଚରେ ଉପରୋକ୍ତ ବନ୍ୟାଂଚଳକୁ ଯାଇ ରିଲିଫ ବାଂଟିଛନ୍ତି। ସରକାର ଯଥାଶୀଘ୍ର ରିଲିଫ୍‍ ଔଷଧ ଓ ଗୋଖାଦ୍ୟ ପ୍ରଭାବିତ ଅଂଚଳରେ ରିଲିଫ ଯୋଗାଇ ଦେଇ ଜନସାଧାରଣଙ୍କ ଜୀବନ ରକ୍ଷା କରିବାକୁ ବିଧାୟକ ଶ୍ରୀ ରାଉତରାୟ ଦାବି କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories