www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରସବ ପାଇଁ ଟଙ୍କା ଦେଇ ନ ପାରିବାରୁ ନବଜାତକୁ ନେଇଗଲେ ଡ଼ାକ୍ତର

ଆଗ୍ରା: ଡ଼ାକ୍ତରଙ୍କୁ ଭଗବାନଙ୍କ ଅବତାର ବୋଲି କୁହାଯାଏ । ବର୍ତମାନ କରୋନା ସମୟରେ ଡ଼ାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଭଗବାନ ଭାବରେ ଲୋକ ବର୍ଣ୍ଣନା କରୁଛନ୍ତି । ମାତ୍ର ଆଗ୍ରାରେ ଏପରି ଏକ ଘଟଣା ଘଟିଛି ଯେଉଁ ଘଟଣାକୁ ନେଇ ସମ୍ପୃକ୍ତ ଡ଼ାକ୍ତରଙ୍କୁ ଲୋକମାନେ ସଇତାନ ବୋଲି କହି ବୁଲୁଛନ୍ତି । ପ୍ରସବ ନିମନ୍ତେ ଫି’ ବଦଳରେ ଜଣେ ପ୍ରସୂତୀଙ୍କଠାରୁ ନବଜାତ ଶିଶୁକୁ ନେଇ ଯାଇଛନ୍ତି ସେହି ଡ଼ାକ୍ତର ।

ଏହି ଘଟଣାଟି ଆଗ୍ରାର ଏକ ଘରୋଇ ଡ଼ାକ୍ତରଖାନା ଜେ.ପି. ହସପିଟାଲରେ ଘଟିଛି । ଏହି ଡ଼ାକ୍ତରଖାନାକୁ ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ଆସିଥିଲେ । ମହିଳାଙ୍କ ପ୍ରସବ ପରେ ଡ଼ାକ୍ତର ତାଙ୍କୁ ଓ ତାଙ୍କର ପରିବାର ଲୋକଙ୍କୁ ୩୦ ହଜାର ଟଙ୍କାର ବିଲ୍ ଧରାଇ ଦେଇଥିଲେ । ମାତ୍ର ପ୍ରସୂତୀ ମହିଳା ଅତ୍ୟନ୍ତ ଗରିବ ଥିଲେ, ତେଣୁ ସେ ଏତେ ପରିମାଣର ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କଲେ । ଏହାପରେ ଡ଼ାକ୍ତର ଟଙ୍କା ବଦଳରେ ନବଜାତ ଶିଶୁକୁ ନେଇଗଲେ । ଏହା ସହ ତାଙ୍କୁ ଆଉ ଅଳ୍ପ କିଛି ଟଙ୍କା ଦେବା ସହ ଏକ ସାଦା କାଗଜରେ ତାଙ୍କର ଟିପ ମଧ୍ୟ ନେଇଗଲେ । ଏ କଥା କାହାକୁ ନ କହିବାକୁ ମଧ୍ୟ ଚେତାବନୀ ଦେଲେ ।

- Advertisement -

ମାତ୍ର ଘଟଣାଟି ଲୁଚିଲା ନାହିଁ । ସମ୍ପୃକ୍ତ ମହିଳା ଏ ସମ୍ପର୍କରେ ଅଭିଯୋଗ କରିବା ପରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଡ଼ାକ୍ତରଖାନାରେ ଚଢ଼ାଉ କରିଛି । ସମ୍ପୃକ୍ତ ଡ଼ାକ୍ତରଙ୍କୁ ପଚରାଉଚରା କରିବା ସହ ଡ଼ାକ୍ତରଖାନାକୁ ସିଲ କରି ଦିଆଯାଇଛି । ନବଜାତ ଶିଶୁଟି କେଉଁଠି ଅଛି ତାହା ସମ୍ପର୍କରେ ଅନୁସନ୍ଧାନ ଚାଲିଛି ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories