www.samajalive.in
Sunday, December 7, 2025
16.1 C
Bhubaneswar

ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି ପୂର୍ଣ୍ଣିମା ଜୁଆର, ଏବେବି ୫ଟି ଗାଁ ବନ୍ୟା ଘେରରେ

ଆରଡି: ଆରଡି ଓ ଆଖପାଖ ଅଞ୍ଚଳରେ ଦେଖା ଦେଇଥିବା ବନ୍ୟା ପରିସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେବି ୫ଟି ଗାଁ ବନ୍ୟା ଘେରରେ ରହିଥିବାରୁ ବିପନ୍ନମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ବିଶେଷକରି ପୂର୍ଣ୍ଣିମା ଜୁଆର ଯୋଗୁ ବନ୍ୟାଜଳ ଠିକ ଭାବେ ନିଷ୍କାସନ ହେଉ ନ ଥିବାରୁ ଏବେବି ୪ଟି ପଞ୍ଚାୟତରେ ଶହଶହ ଏକର ଚାଷଜମିରେ ଲହଡି ଭାଙ୍ଗୁଛି ବନ୍ୟାଜଳ। ବର୍ଷା ଆରମ୍ଭରୁ ଦୀର୍ଘ ୧୨ଦିନ ହେଲାଣି ଧାନକ୍ଷେତ ପାଣିରେ ବୁଡି ରହିଥିବାରୁ ଋଣ ପରିଷୋଧ ଚିନ୍ତାରେ ଏବେ ଶତାଧିକ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ଯେଉଁ ସ୍ଥାନରେ ବନ୍ୟାପାଣି ଚାଡିଛି ଉଜୁଡି ଯାଇଥିବା ଘରକୁ ବିପନ୍ନମାନେ ଅଣ୍ଟା ସଳଖି ସଜାଡୁଥିବା ବେଳେ ଏବେ ଲଗାଣ ବର୍ଷା ପୁର୍ନବାର ଦାଉ ସାଜିଛି। ଫଳରେ ବନ୍ୟାପାଣି ପାଇଁ ଘର ଛାଡି କିଏ ରାସ୍ତା ଉପରେ ରହିଥିଲା ତ ଆଉକିଏ ନଦୀବନ୍ଧ ଉପରେ ଆଶ୍ରୟ ନେଥିଲା। ହେଲେ ଗତକାଲି ରାତିରୁ ତୁହାକୁତୁହା ବର୍ଷା ଲାଗି ରହିଥିବାରୁ ବିପନ୍ନଙ୍କ ଦୁର୍ଦଶା ୨ଗୁଣିତ ବଢି ଯାଇଛି। ବନ୍ୟାପାଣି ମାଡିବା ଠାରୁ ଦୀର୍ଘ ୬ଦିନ ବିତିଯାଇଥିଲେ ମଧ୍ୟ ବିପନ୍ନଙ୍କ ପାଖରେ ନା ପହଁଚିଛି ପ୍ରଶାସନ ସହାୟତା ନାଁ ପହଁଚିଛନ୍ତି କୈାଣସି ଉଦ୍ଧାରକାରୀ ଦଳ। ଦୀର୍ଘ ୬ମାସ ହେବ କରୋନା ଲୋକମାନଙ୍କର ମେରୁଦଣ୍ଡକୁ ବାଙ୍ଗି ଦେଇଥିବା ବେଳେ ଏବେ ବନ୍ୟା ଦୁର୍ବିସହ କରିଛି ହଜାରହଜାର ବିପନ୍ନଙ୍କୁ। ଏଥିପ୍ରତି ତୁରନ୍ତ ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ରିଲିଫ ଓ ସହୟତା ଯୋଗାଇ ଦେବା ପାଇଁ ଚାତକ ପରି ବସିଛନ୍ତି ବିପନ୍ନମାନେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories