ଜିନ୍ନା ଜଣେ ମହାପୁରୁଷ : ବିଜେପି ସାଂସଦ
ଲକ୍ଷ୍ନୌ : ବିଜେପି ସାଂସଦ ସାବିତ୍ରୀ ବାଇ ଫୁଲେ ପାକିସ୍ତାନ ପ୍ରତିଷ୍ଠାତା ମୋହମ୍ମଦ ଅଲ୍ଲୀ ଜିନ୍ନାଙ୍କୁ ମହାପୁରଷ ବୋଲି କହି ବିବାଦକୁ ଟାଣି ହୋଇଆସିଛନ୍ତି । ଉତ୍ତରପ୍ରଦେଶର ବାହରାଇଚ ସାଂସଦ ସାବିତ୍ରୀ ନିଜ ଦଳ ଆଦର୍ଶର ବିପରୀତ ଦିଗରେ ଯାଇ ଜିନ୍ନା ଭଳି ମହାପୁରୁଷଙ୍କ ଫଟୋ ଯେଉଁଠି ଆବଶ୍ୟକ ସେଠି ଲଗାଯିବ ଉଚିତ ବୋଲି କହିଛନ୍ତି । ସାବିତ୍ରୀ କହିଛନ୍ତି ଯେ ଜିନ୍ନା ଜଣେ ମହାପୁରୁଷ ଥିଲେ ଓ ଦେଶର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ରହିଛି । ସମାଜରୁ ଗରିବୀ, ଅନାହାର ଭଳି ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଜିନ୍ନାଙ୍କ ଫଟୋକୁ ପ୍ରସଙ୍ଗ କରାଯାଇଛି । ସେହିପରି ତାଙ୍କୁ ଭାରତର ସାଂସଦ ବଦଳରେ ଦଳିତ ସାଂସଦ କୁହାଯାଉଛି ଓ ସଠିକ୍ ସମ୍ମାନ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏପରିକି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବି ଦଳିତ ରାଷ୍ଟ୍ରପତି ବୋଲି କୁହାଯାଉଛି । ତାଙ୍କୁ ସଠିକ୍ ସମ୍ମାନ ମିଳୁନଥିବାରୁ ସେ ବିଦ୍ରୋହ କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି ।