www.samajalive.in
Saturday, December 6, 2025
16.1 C
Bhubaneswar

ଜାଇକା’ର ମନୋମୁଖୀ କାମ, ଯୋବ୍ରା ଅଂଚଳର ଶତାଧିକ ପରିବାରକୁ ଜଳ ଯୋଗାଣ ଠପ

କଟକ ସହରରେ ଭୂତଳ ଡ୍ରେନେଜ ବ୍ୟବସ୍ଥା କରିବା ନିମନ୍ତେ ଜାଇକା ପକ୍ଷରୁ ବର୍ଷ ବର୍ଷ ଧରି କାମ ଚାଲିଥିଲେ ତାହା କେବେ ସରିବ ସେ ନେଇ ସହରବାସୀ ସନ୍ଦିହାନ ଥିବା ବେଳେ ଆଜି ସମ୍ପୃକ୍ତ ସଂସ୍ଥାର ବେପରୁଆ କାର୍ଯ୍ୟ ପାଇଁ ଶତାଧିକ ପରିବାର ପାଇପ ଯୋଗେ ପାନୀୟ ଜଳ ନ ପାଇଁ ନାହିଁ ନଥିବା ହଇରାଣ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଯୋବ୍ରା ମୁନିସିପାଲିଟି କଲୋନୀ ଅଂଚଳରେ ଜାଇକା ପକ୍ଷରୁ କେତେକ ସ୍ଥାନରେ ପୂର୍ବରୁ ହୋଇଥିବା ନିର୍ମାଣ ଜାଗାକୁ ପୁନର୍ବାର ଖୋଳାଯାଇ କାମ ଚାଲିଛି। ତେବେ ଅନଭିଜ୍ଞ କଣ୍ଟ୍ରାକ୍ଟର ଦ୍ୱାରା କାମ ହେଉଥିବାରୁ ନିର୍ମାଣ ସ୍ଥାନ କଡ ଦେଇ ଯାଇଥିବା ମୁଖ୍ୟ ଜଳ ଯୋଗାଣ ପାଇପ ମଙ୍ଗଳବାର ରାତିରୁ ଫାଟି ଯାଇଥିବାରୁ ଆଜି ସକାଳ ଠାରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇ ପାରିନାହିଁ।

- Advertisement -

ପ୍ରାୟ ଶତାଧିକ ପରିବାର ପାଇପ ଜଳ ଉପରେ ନିର୍ଭର କରୁଥିବାରୁ ନାହିଁ ନ ଥିବା ଅସୁବିଧା ଦେଖାଦେଇଛି। ପୂର୍ବରୁ ମଧ୍ୟ ସେହିଠାରେ ଜାଇକା କାମ ଯୋଗୁ ସମ୍ପୃକ୍ତ ପାନୀୟ ଜଳ ପାଇପ ଅନେକ ଥର ଫାଟି ଯିବାରୁ ଅସୁବିଧା ସୃଷ୍ଟି ହୋଇଥିଲା। ସେଠାରେ କାମ କରୁଥିବା ଜାଇକା କର୍ମଚାରୀମାନେ ଏ ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି। ଅନ୍ୟ ପକ୍ଷରେ ସିଏମସି ଓ ଜଳ ଯୋଗାଣ ବିଭାଗ ପକ୍ଷରୁ ଲୋକମାନଙ୍କୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଇବା ବ୍ୟବସ୍ଥା ମଧ୍ୟ କରାଯାଇନାହିଁ।ଜାଇକା ପକ୍ଷରୁ ସେହି ଗୋଟିଏ ସ୍ଥାନରେ ଏଥରକୁ ମିଶାଇ ୫ରୁ ଅଧିକ ଥର ଖୋଳାଯାଇ କାମ ହେଉଥିବାରୁ ଓ ନିକଟସ୍ଥ ଘରକୁ ସୁରକ୍ଷା ଦେବା ପାଇଁ କୌଣସି ପଦକ୍ଷେପ ନିଆଯାଇନଥିବାରୁ, ଦୁଇଟି ବାସଗୃହର କାନ୍ଥ ଫାଟି ଯାଇଥିବା ଜଣାପଡିଛି। ଏ ନେଇ ସେହି ଅଂଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories