www.samajalive.in
Saturday, December 6, 2025
26.1 C
Bhubaneswar

ଭୁସଙ୍ଗପତ୍ର ଶୁଖିଲାଲଙ୍କା ମଟନ

ଆବଶ୍ୟକ ସାମଗ୍ରୀ
ମାଂସ – ୫୦୦ ଗ୍ରାମ
ଅଦା ରସୁଣ ବଟା – ୪ ଚାମଚ
ହଳଦୀ ଗୁଣ୍ଡ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଘିଅ – ୩ ଚାମଚ
କଞ୍ଚା ଲଙ୍କା – ୪ଟି
ଗୋଟା ଜିରା – ଅଳ୍ପ
ଗୋଲମରିଚ – ଅଳ୍ପ
ଶୁଖିଲା ଲଙ୍କା – ୫ ରୁ ୬
ଗୋଟା ଧନିଆ – ଆବଶ୍ୟକ ପରିମାଣରେ
କଟା ପିଆଜ – ୪ଟି
କଟା ଟମାଟୋ – ୨ଟି
ଡ଼ାଲଚିନି – ଅଳ୍ପ
ଗୁଜୁରାତି – ୨ଟି
ଭୁସଙ୍ଗ ପତ୍ର – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ମାଂସକୁ ଭଲ ଭାବେ ଧୋଇ ଏଥିରେ ହଳଦୀ ଗୁଣ୍ଡ, ଲୁଣ, ଅଦା ରସୁଣ ବଟା ପକାଇ ଗୋଳାଇ ଅଧ ଘଣ୍ଟା ପାଇଁ ରଖି ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ଅଳ୍ପ ତେଲ ଗରମ କରି ଜିରା, ଗୋଲମରିଚ, ଧନିଆ, ଶୁଖିଲା ଲଙ୍କା ପକାଇ ଭାଜି ଦିଅନ୍ତୁ। ଏବେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଶିଳରେ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଗ୍ୟାସରେ କୁକର ବସାଇ ଗୋଳାଇ ରଖିଥିବା ମଟନରେ ଘିଅ, କଞ୍ଚା ଲଙ୍କା ପାଣି ଦେଇ ୪ରୁ ୫ଟି ସିଟି ଦିଅନ୍ତୁ। ୪ରୁ ୫ଟି ସିଟି ହେବା ପରେ ଗ୍ୟାସରୁ ଓହ୍ଲାଇ ରଖନ୍ତୁ। ଏବେ ଗ୍ୟାସରେ ପୁଣି ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଡ଼ାଲଚିନି, ଗୁଜୁରାତି, ଭୁସଙ୍ଗପତ୍ର, କଟା ପିଆଜ ପକାଇ ଭାଜନ୍ତୁ। କିଛି ସମୟ ଭାଜିବା ପରେ ରଖିଥିବା ମସଲା ପେଷ୍ଟ,ସାମାନ୍ୟ ହଳଦୀ, ଲୁଣ, କଟା ଟମାଟୋ ପକାଇ ଭଲ ଭାବେ କଷନ୍ତୁ। କଷିବା ପରେ ସିଝାଇ ରଖିଥିବା ମଟନକୁ ପକାଇ ଅଳ୍ପ ପାଣି, ଧନିଆ ପତ୍ର ପକାଇ ୫ ରୁ ୭ ମିନିଟ ଗ୍ୟାସରେ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ଭୁସଙ୍ଗପତ୍ର ଶୁଖିଲାଲଙ୍କା ମଟନ। ଏହାକୁ ଗରମାଗରମା ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories