www.samajalive.in
Sunday, December 7, 2025
23.1 C
Bhubaneswar

ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ୧୧୭୩ ୟୁନିଟ୍‍ ରକ୍ତ ସଂଗ୍ରହ

ଭୁବନେଶ୍ୱର : ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୩ ବର୍ଷ ବୟସରେ ପଦାର୍ପଣ ସ୍ମାରକୀ ଦିବସରେ ଭୁବନେଶ୍ୱରସ୍ଥିତ ବିଜେଡି ରାଜ୍ୟ କାର୍ଯ୍ୟାଳୟ ସମେତ ନିମାପଡ଼ା, ବ୍ରହ୍ମପୁର, କୁଚିଣ୍ଡା, ଅନୁଗୋଳ, ବୌଦ୍ଧ, ଖଣ୍ଡପଡ଼ା, ଦଶପଲ୍ଲା, ନୟାଗଡ଼, ରାଉରକେଲା, ସୁନ୍ଦରଗଡ଼, ସମ୍ବଲପୁର, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ Naveen@1173 ୟୁନିଟ୍‍ ରକ୍ତ ସଂଗ୍ରହ ହୋଇଛି। ଭୁବନେଶ୍ୱରରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୧୦୧ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଥିଲା। ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଦଳର ସୂଚନା ପ୍ରଯୁକ୍ତି ସେଲ୍‍ ମୁଖ୍ୟ ତଥା ମୁଖପାତ୍ର ଅମର ପଟ୍ଟନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସଂପାଦକ ତଥା ଜୀବନବିନ୍ଦୁ ରାଜ୍ୟ ସଂଯୋଜକ ବିଜୟ ନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ମୁଖପାତ୍ର ସୁଲୋଚନା ଦାସ, ପାନେଲିଷ୍ଟ ସୁଲତା ଦେଓ, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି, ଉପ ସଭାପତି ମନ୍ଦାକିନୀ କର, ଦୁର୍ଗା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।
ସୂଚନାଯୋଗ୍ୟ, ବିଜୁ ଜନତା ଦଳ ପକ୍ଷରୁ ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରାଯାଇଥିବା ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମର ଶୁଭାରମ୍ଭ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ଆରମ୍ଭ ହୋଇ ଏବେ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ରକ୍ତ ଅଭାବରୁ କେହି ଯେପରି ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ତାହା ନିଶ୍ଚିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଯାହାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସରେ ରକ୍ତଦାତାମାନେ ସ୍ୱେଚ୍ଛାକୃତ ରକ୍ତଦାନ କରି ପ୍ରମାଣିତ କରିଦେଇଛନ୍ତି। ଗୋଟିଏ ଆଞ୍ଚଳିକ ରାଜନୈତିକ ଦଳର ଏପରି ସାମାଜିକ ସେବା କରିବା ସାରା ବିଶ୍ୱରେ ଅନନ୍ୟ। ଏହାଦ୍ୱାରା ରକ୍ତଦାନ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିଛି। ଆମ ରାଜ୍ୟର ୪ କୋଟି ଲୋକଙ୍କ ପାଇଁ ଅନ୍ୟୂନ ୧ ପ୍ରତିଶତ ହାରରେ ପ୍ରତିବର୍ଷ ୪ଲକ୍ଷ ୟୁନିଟ୍‍ ରକ୍ତର ଆବଶ୍ୟକତା ଥିଲାବେଳେ ବିଭିନ୍ନ ରକ୍ତଦାନ ଶିବିରରୁ ପ୍ରତିବର୍ଷ ୨ଲକ୍ଷରୁ ଊର୍ଦ୍ଧ୍ବ ୟୁନିଟ୍‍ ରକ୍ତ ସଂଗ୍ରହ ହେଉଥିବା ବେଳେ ବିଜୁ ଜନତା ଦଳର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ପାଖାପାଖି ୧ଲକ୍ଷ ୟୁନିଟ୍‍ ରକ୍ତ ସଂଗ୍ରହ ହେଉଛି।
ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଛାତ୍ର ବିଜେଡି ଉପଦେଷ୍ଟା ଚିନ୍ମୟ ସାହୁ, କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ସାଧାରଣ ସଂପାଦକ ସୁଜିତ ପାଲଟାସିଂହ, ପ୍ରଦୋଷ ପରିଡ଼ା, ମିକୁ ପ୍ରଧାନ, ସନ୍ତୋଷ ମହାପାତ୍ର, ଅପୂର୍ବା ଅପରୂପା, ସଂପାଦକ ରାଜଲକ୍ଷ୍ମୀ ବେହେରା, ପ୍ରମୋଦ ପାତ୍ର, ସ୍ନେହାଶିଷ ଜେନା, ସାଂଗଠନିକ ସଂପାଦକ ସ୍ଥିତପ୍ରଜ୍ଞା ଦାସ, ସଂସଦ ନାୟକ, ମାଲକାନଗିରି ଜିଲା ସଭାପତି ସୋମେଶ ବାଗ, କଟକ ଜୋନ୍‍ ସଭାପତି ସ୍ମୃତିରଞ୍ଜନ ଦାଶ, ଧର୍ମାନନ୍ଦ ଧଳ, ସଞ୍ଜୟ ବିଶୋୟୀ, ସନଥ ମିଶ୍ର, ସିଦ୍ଧାର୍ଥ ଦାସ, ଦେବସ୍ମିତା ଦାସ, ମଧୁସ୍ମ୍‍ିତା ନାୟକ, ଅନ୍ନପୂର୍ଣ୍ଣା ସାମନ୍ତରାୟ ପ୍ରମୁଖ ପରିଚାଳନା କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories