www.samajalive.in
Monday, December 15, 2025
17.1 C
Bhubaneswar

ଦଳ ବଳ ସହ ଆସୁଛନ୍ତି ବିଗ୍‌ ବି; ରିଲିଜ୍ ହେଲା ‘ଝୁଣ୍ଡ୍‌’ ଟିଜର୍‌

ମୁମ୍ବଇ: ଅମିତାଭ ବଚ୍ଚନ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ୍‌’ର ଟିଜର୍‌ ମଙ୍ଗଳବାର ରିଲିଜ୍‌ ହୋଇଛି। ଏଥିରେ ବିଗ୍‌ ବିଙ୍କ ସ୍ମାର୍ଟ ଲୁକ୍‌ ଦେଖିବାକୁ ମିଳିଛି। ମାର୍ଚ୍ଚ ୪ ତାରିଖରେ ‘ଝୁଣ୍ଡ୍‌’ ପ୍ରେକ୍ଷାଳୟକୁ ଆସିବ।

ଟିଜରରେ ଅମିତାଭ ପିଲାମାନଙ୍କ ସହ ନଜର ଆସିଛନ୍ତି। ଏଥିରେ ବିଗ୍‌ ବିଙ୍କ ବ୍ୟତୀତ କିଛି ଯୁବକଙ୍କୁ ଦେଖିବାକୁ ମିଳିଛି, ଯେଉଁମାନେ ବିଭିନ୍ନ ଜିନିଷ ମାଧ୍ୟମରେ ସଙ୍ଗୀତ ତିଆରି କରୁଛନ୍ତି। ଏହା ନାଗରାଜ ପୋପଟରାଓ ମଞ୍ଜୁଲେଙ୍କ ହିନ୍ଦୀ ନିର୍ଦେଶନାର ଦ୍ବିତୀୟ ଚଳଚ୍ଚିତ୍ର। ସେ ଲୋକପ୍ରିୟ ମରାଠୀ ଚଳଚ୍ଚିତ୍ର ‘ସୈରାଟ’ ଓ ‘ଫେଣ୍ଡ୍ରୀ’ ପାଇଁ ବେଶ୍‌ ପରିଚିତ। ୟ

- Advertisement -

‘ଝୁଣ୍ଡ୍‌’କୁ ନେଇ ଅନେକ ଥର ଓଟିଟି ରିଲିଜ୍‌ କଥା ସାମ୍ନାକୁ ଆସିଛି। ଫିଲ୍ମଟି ‘ସ୍ଲମ୍‌ ସକର୍‌ ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା କୋଚ୍‌ ବିଜୟ ବରସେଙ୍କ ଜୀବନ କାହାଣୀ ଉପରେ ଆଧାରିତ। ବିଗ୍‌ ବି ଏଥିରେ ବିଜୟ ବରସେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଟି-ସିରିଜ୍‌, ତାଣ୍ଡବ ଫିଲ୍ମସ୍‌ ଏଣ୍ଟରଟେନମେଣ୍ଟ ଓ ଆଟପତ ବ୍ୟାନରରେ ଫିଲ୍ମକୁ ନିର୍ମାଣ କରାଯାଇଛି।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories