www.samajalive.in
Saturday, December 6, 2025
23.1 C
Bhubaneswar

ଦୁଇ ହଜାର କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କଲା ପୁଲିସ

ଝୁମ୍ପୁରା : ଚମ୍ପୁଆ ଉପଖଣ୍ଡ ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା ଗ୍ରାମରେ ବର୍ଷ ସାରା ଅବାଧରେ ମହୁଲି ମଦ କାରବାର ହୋଇଆସୁଛି। ଏହି ଗ୍ରାମରେ ଚାଲିଥିବା ମହୁଲି ମଦ କାରବାରକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ଅବକାରୀ ବିଭାଗ ଠାରୁ ଆରମ୍ଭ କରି ସ୍ଥାନୀୟ ପୁଲିସ ଏବଂ ଜିଲାପାଳଙ୍କ ଠାରେ ଅଭିଯୋଗ କରି ଆସୁଥିଲେ। ମଙ୍ଗଳବାର ଦିନ ସକାଳେ ବାରିଆ ଥାନା ଅଧିକାରୀ ହେମନ୍ତ କୁମାର ମାଝୀଙ୍କ ତ୍ବତ୍ତାବଧାନରେ ସଦଳବଳେ ବର୍ଦ୍ଧନା ଗ୍ରାମରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ମଦ ବ୍ୟବସାୟୀମାନେ ଖସି ଯିବାକୁ ସକ୍ଷମ ହୋଇଥିବା ବେଳେ ଗ୍ରାମର ୧୦ରୁ ଉର୍ଦ୍ଧ୍ବ ବ୍ୟବସାୟୀଙ୍କ ଘରୁ ବାହାରିଥିବା ୨ ହଜାରରୁ ଉର୍ଦ୍ଧ୍ଵ ମହୁଲ ପୋଚକୁ ବାରିଆ ପୁଲିସ ନଷ୍ଟ କରି ଦେଇଥିବା ଦେଖିବାକୁ ମିଳିଛି। ଚଢ଼ାଉ ସମୟରେ ବାରିଆ ଥାନା ଅଧିକାରୀ ଶ୍ରୀ ମାଝୀଙ୍କ ସମେତ ଏଏସଆଇ ଅନିଲ ହାଁସଦା, ବ୍ୟାସଦେବ ମିର୍ଦ୍ଧା, ବାସନ୍ତୀ ପ୍ରଧାନଙ୍କ ଥାନାର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

ଦେଖନ୍ତୁ ଭିଡିଓ ; ମହାନଦୀ ଘାଟରେ ଘଡିଆଳ କୁମ୍ଭୀର

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories