www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ମହାନଦୀ ଘାଟରେ ଘଡିଆଳ କୁମ୍ଭୀର

ହରଭଙ୍ଗା :ବୌଦ୍ଧ ବନଖଣ୍ଡ ଅଧିନସ୍ଥ କରଡ଼ି ମହାନଦୀ ଘାଟରେ ଏକ ଘଡିଆଳ କୁମ୍ଭୀର ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଅନ୍ୟପଟେ କୁମ୍ଭୀରର ସୁରକ୍ଷା ଦୃଷ୍ଟି କୋଣରୁ ଏହାର ଗତିବିଧି ଅନୁଧ୍ୟାନ ପାଇଁ ବୌଦ୍ଧ ରେଞ୍ଜ ଅଫିସର ଅର୍ଚନା ଗମାଙ୍ଗ, ବନପାଳ ଲିଙ୍ଗରାଜ ମାଝୀ, ବନରକ୍ଷୀ ସନ୍ଧ୍ୟା ରାଣୀ ପ୍ରଧାନ ଘଟଣା ସ୍ଥଳରେ ପହଁଚି ଏହା ଉପରେ ନଜର ରଖିଛନ୍ତି। କୁମ୍ଭୀରର ସୁରକ୍ଷା ଦୃଷ୍ଟି କୋଣରୁ ମତ୍ସ୍ୟଜୀବୀମାନଙ୍କୁ ଏହି ଅଞ୍ଚଳରେ ମାଛମରାକୁ ମଧ୍ୟ ବାରଣ କରାଯାଇଛି।

ପ୍ରକାଶ ଥାଉ କି ପ୍ରତିବର୍ଷ ସତକୋଶିଆ ଗଣ୍ଡ ଅଭ୍ୟାରଣ୍ୟର ସୁନାଖଣିଆ ପ୍ରାକୃତିକ ଆବାସସ୍ଥଳୀରୁ ଏକ ଅଣ୍ଡିରା ଘଡିଆଳ କୁମ୍ଭୀର ବର୍ଷା ଦିନେ ପାଖାପାଖି ୩୦/୪୦ କିଲୋମିଟର ଉପରକୁ ଉଠି ଆସି କରଡ଼ି, ମଙ୍ଗଳପୁର, ହାଟଗାଁ, ମରଜାକୁଦ ମହାନଦୀ ଘାଟରେ ଚଳପ୍ରଚଳ କରିଥାଏ। ଏହା ଘଡିଆଳ ପ୍ରଜାତିର କୁମ୍ଭୀର ଯାହାକି ଦେଶୀ ଭାଷାରେ ଥଣ୍ଟିଆ କୁମ୍ଭୀର ହୋଇଥିବାରୁ ଏହା ମଣିଷ ମାନଙ୍କ କୌଣସି କ୍ଷତି ଘଟାଇନଥାଏ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗୁରୁ ଗ୍ରହ କରିବେ ଓଲଟା ଚଳନ; ୩ ରାଶିଙ୍କ ବଦଳିଯିବ ଭାଗ୍ୟ, କରିବେ ଧନ ବୃଦ୍ଧି..

- Advertisement -

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories