ଝୁମ୍ପୁରା: ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତର ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ଏବଂ ସି ବି ଉଚ୍ଚ ବିଦ୍ୟାଳୟ ଚଉଠିଆକୁ ସରକାର ଆଦର୍ଶ ବିଦ୍ୟାଳୟ ମାନ୍ୟତା ଦେଇ ବିଦ୍ୟାଳୟ ଗୁଡିକର ସର୍ବାଙ୍ଗିନ ଉନ୍ନତି କରିବା ଲକ୍ଷ୍ୟ ସରକାର ରଖି ବିଦ୍ୟାଳୟ ଗୁଡିକର ଉନ୍ନତି କରଣ କାର୍ଯ୍ୟଚାଲୁ ରଖିଛନ୍ତି। ଏହି ଦୁଇ ବିଦ୍ୟାଳୟରେ ଚାଲିଥିବା ଉନ୍ନୟନ କାର୍ଯ୍ୟଗୁଡିକର ଅଗ୍ରଗତି ହୋଇଛନ୍ତି ତାର ସମୀକ୍ଷା ପଞ୍ଚାୟତ କର୍ତ୍ତୃପକ୍ଷ, ବିଭାଗୀୟ ଅଧିକାରୀ, ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବିଡିଓ ବିଜୟ କୁମାର ନାୟକ ଦୁଇ ବିଦ୍ୟାଳୟକୁ ପରିଦର୍ଶନ କରିବା ସହିତ ସ୍କୁଲର ସମସ୍ୟା ଗୁଡିକ ଅନୁଧ୍ୟାନ କରିବା ସହିତ ଦୁଇ ବିଦ୍ୟାଳୟରେ ଚାଲିଥିବା ଉନ୍ନୟନ କାର୍ଯ୍ୟଗୁଡିକର ସମୀକ୍ଷା କରିଛନ୍ତି। ବିଡିଓ ଉନ୍ନୟନ କାମ ସମୀକ୍ଷା କରିବା ସମୟରେ ଉପସ୍ଥିତ ରହିଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ପଲେଇ, ସରପଞ୍ଚ ମଙ୍ଗଳୁ ମୁଣ୍ଡା, ବିଭାଗୀୟ ଯନ୍ତ୍ରୀ ପ୍ରଦୀପ ପଟ୍ଟନାୟକ, ରଣଜିତ ନାଏକ, ସେହ୍ନାଶିଷ ମହାପାତ୍ରଙ୍କ ସହିତ ଦୁଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟତୀ ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।
ଦୁଇ ବିଦ୍ୟାଳୟରେ ରହିଥିବା ମୌଳିକ ସମସ୍ୟା ଗୁଡିକ ଯଥା ଶିଘ୍ର ଶେଷ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ଏବଂ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ବିଡିଓ। ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ବିଦ୍ୟାଳୟର ସର୍ବାଙ୍ଗିନ ଉନ୍ନତି ସହିତ ଦଶମ ଶ୍ରେଣୀର ପିଲାମାନଙ୍କୁ ସଠିକ ଶିକ୍ଷାଦାନ କରି ଆଦର୍ଶ ଛାତ୍ରରେ ପରିଣତ କରିବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



