www.samajalive.in
Thursday, December 11, 2025
13.1 C
Bhubaneswar

ଦୁଇଗୁଣା ଦରରେ ୟୁରିଆ ସାର ବିକ୍ରି ଖବର ପ୍ରସାରିତ ପରେ କୃଷି ବିଭାଗର ତଦନ୍ତ ଆରମ୍ଭ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ବିଭିନ୍ନ ସ୍ଥାନରେ ରହିଥିବା ଅନୁମତି ପ୍ରାପ୍ତ ସାର ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ଧାର୍ଯ୍ୟ ଦର ଠାରୁ ଦୁଇଗଣା ଅଧିକ ଦାମରେ ସାର ବିକ୍ରି ହେଉଥିବା ସମ୍ପର୍କରେ ଦୌନିକ ‘ସମାଜ’ରେ ଜୁଲାଇ ୩୧ ତାରିଖ ଦିନ ଖବର ପ୍ରସାରିତ ହୋଇଥିଲା। ସାର ଚଢା ଦାମରେ ବିକ୍ରି ହେଉଥିବା ସମ୍ପର୍କରେ ଖବର ପ୍ରକାଶିତ ହେବା ପରେ କିଛି ବ୍ୟବସାୟୀ ଦରଦାମକୁ କମାଇ ଦେବା ସହିତ ଗୋଦାମରେ ଗଚ୍ଛିତ ରହିଥିବା ସାରର ତଥ୍ୟ କୃଷି ବିଭାଗ ପାଖରେ ଦାଖଲ କରିଥିଲେ। ଝୁମ୍ପୁରା ସହକାରୀ କୃଷି ଅଧିକାରୀ ରତିକାନ୍ତ ମହାନ୍ତି ଦୁଇଗୁଣା ଦାମରେ ସାର ବିକ୍ରୟ ହେଉଥିବା ଖବରକୁ ଦେଖି ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।

କୃଷି ଅଧିକାରୀ ବ୍ଲକର ୨୨ ଗୋଟି ପଞ୍ଚାୟତର ବିଭିନ୍ନ ସ୍ଥାନରେ ରହିଥିବା ଅନୁମତି ପ୍ରାପ୍ତ ସାର ଦୋକାନ ଗୁଡିକୁ ଯାଞ୍ଚ କରିବା ସହିତ ସାର ବର୍ତ୍ତମାନ କେତେ ଗଚ୍ଛିତ ରହିଛି ତା ସହିତ ସରକାର ଧାର୍ଯ୍ୟକରିଥିବା ଦର ଠାରୁ ଅଧିକ ଦାମରେ ବିକ୍ରି କରୁଥିବା ବ୍ୟବସାୟୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ଅନୁମତୀ ପ୍ରାପ୍ତ ସାର ବ୍ୟବସାୟୀ ମାନଙ୍କୁ ସରକାର କରିଥିବା ଧାର୍ଯ୍ୟ ଦାମରେ ସାର ବିକ୍ରୟ କରିବାକୁ ସତର୍କ କରିଛନ୍ତି ଯଦି ଏଥିରେ କୌଣସି ସାର ବ୍ୟବସାୟୀ ବ୍ୟତିକ୍ରମ କଲେ ତାଙ୍କୁ ପ୍ରଦାନ କରିଥିବା ଅନୁମତିକୁ ବାତିଲ କରାଯିବ ବୋଲି ବ୍ୟବସାୟୀ ମାନଙ୍କୁ ରୋକଠାକ ଶୁଣାଇ ଦେଇଛନ୍ତି। ବର୍ତ୍ତମାନ ସାର ବ୍ୟବସାୟୀ ମାନେ ଉଚିତ ଦାମରେ ୟୁରିଆ ସାର ଠାରୁ ଆରମ୍ଭ ଅନ୍ୟ ସାର ବିକ୍ରି କରୁଥିବ।। ସୂଚନା ମିଳିଛି। କୃଷି ବିଭାଗର ଅଧିକାରୀ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ପଦକ୍ଷେପ ନେଉଥିବାରୁ ଝୁମ୍ପୁରା ବ୍ଲକର ଚାଷୀ ମାନେ ଉଚିତ ଦାମରେ ସାର ପାଉଥିବା ଦେଖିବାକୁ ମିଳିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories