www.samajalive.in
Tuesday, December 9, 2025
26.1 C
Bhubaneswar

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ତେଲକୋଇ: ତେଲକୋଇ ଥାନା ଅନ୍ତର୍ଗତ ପୁରୁଯୋଡ ପଞ୍ଚାୟତ ଅଧିନସ୍ଥ ବାଲିଯୋଡି ଗ୍ରାମର ଜଣେ ମହିଳାଙ୍କ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ଓଷା ନାୟକ(୫୨)। ସେ ଆକୁଳ ପଞ୍ଚାୟତ ବାଲେଶ୍ଵର ଗ୍ରାମକୁ ନିଜ ଝିଅ ତ୍ରିବେଣୀ ନାୟକଙ୍କ ଘରକୁ ଆସିଥିଲେ। ସେ ମଙ୍ଗଳବାର ରାତିରେ ଖାଇସାରି ଘର ଚଟାଣ ଉପରେ ଶୋଇଥିଲେ। ରାତିରେ କେତେବେଳେ ବିଷାକ୍ତ ସାପ ଆସି ହାତ ଆଙ୍ଗୁଠିରେ କାମୁଡ଼ି ଦେଇଥିଲା କେହି ଜାଣି ପାରି ନଥିଲେ। ସକାଳୁ ସେ ବିଛଣାରୁ ନ ଉଠିବାରୁ ଜ୍ୱାଇଁ ନିର୍ମଳ ନାୟକ ଉଠାଇଥିଲେ ହେଁ ସେ ଉଠିନଥିଲେ। ସେ ସଙ୍ଗେ ସଙ୍ଗେ ତେଲକୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହିଳାଙ୍କ ମୃତ୍ୟୁ ଖବର ଜାଣିବା ପରେ ତେଲକୋଇ ପୋଲିସ ଏକ ଅପମୃତ୍ୟ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories