ଭାଲୁ ଆକ୍ରମଣରେ ଜଣେ ଗୁରୁତର 

ଝୁମ୍ପୁରା : ବାଲିବନ୍ଧ ବନପାଳ ଲକ୍ଷ୍ମୀପଶି ବିଟ୍ ଅନ୍ତର୍ଗତ ମହାଦେବପୁର ଜଙ୍ଗଲରେ ଆଜି ର୍ପୂବାହ୍ନ ସମୟରେ ଏକ ଭାଲୁ ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଭାଲୁ ଆକ୍ରମଣରେ ମହାଦେବପୁର ଗ୍ରାମର ଧଦଲ ମୁଣ୍ଡା (୫୬ବର୍ଷ) ଆହତ ହୋଇଛନ୍ତି। ମହାଦେବପୁର ଗ୍ରାମ ନିକଟରେ ରହିଥିବା ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବା ପାଇଁ ଗ୍ରାମର ୫ ଜଣ ଏକା ସାଙ୍ଗରେ ଜଙ୍ଗଲକୁ ପ୍ରବେଶ କରିଥିଲେ। ଜଙ୍ଗଲରେ ଜାଳେଣୀ କାଠ ସଂଗ୍ରହ କରୁଥିବା ସମୟରେ ଏକ ଲଟା ବୁଦା ସ୍ଥାନକୁ ଧଦଲ କାଠ ପାଇଁ ଯାଇଥିଲେ। ସେହି ସମୟରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା।
ଭାଲୁ ଆକ୍ରମଣ କରିବାରୁ ସେ ଚିତ୍କାର କରିଥିଲେ। ଚିତ୍କକାର ଶୁଣି ଅନ୍ୟମାନେ ହାତରେ ବାଡି ଧରି ଦଉଡି ଆସିଥିଲେ ଏବଂ ସାହାସ ଯୋଗାଡ କରି ଭାଲୁକୁ ଆକ୍ରମଣ କରିବାରୁ ଭାଲୁ ଭୟରେ ଧଦଲକୁ ଛାଡି ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ଧଦଲକୁ ଅନ୍ୟ ମାନେ ସେଠାରୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ଝୁମ୍ପୁରା ଡାକ୍ତରଖାନା କର୍ତୃପକ୍ଷ ପ୍ରାଥମିକ ଚିକିତ୍ସା କରିବା ପରେ ତାକୁ ଅଧିକ ଚିକିତ୍ସା ନିମନ୍ତେ ଜିଲାମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାଯାଇଛି। ଭାଲୁ ଆକ୍ରମଣରେ ଧଦଲ ଆହତ ହୋଇଥିବା ସମ୍ପର୍କରେ ବାଲିବନ୍ଧ ବନପାଳ ବୁଲୁ ନାହକ ଖବର ପାଇ ଡାକ୍ତର ଖାନାରେ ପହଞ୍ଚି ଧଦଲର ସ୍ୱାସ୍ଥ୍ୟ।ବସ୍ଥା ଅନୁଧ୍ୟାନ କରିବା ସହିତ ଆହତ ସମସ୍ତ ଚିକିତ୍ସା ଖର୍ଚ୍ଚ ବନ ବିଭାଗ ବହନ କରିବ ବୋଲି ସୂଚନା ଦେଇଛନ୍ତି।

Comments are closed.