www.samajalive.in
Saturday, December 6, 2025
26.1 C
Bhubaneswar

ରୋଷେଇ ଘରେ କରନ୍ତୁ ନାହିଁ ଏହି ଭୁଲ୍‌‌

ରୋଷେଇ ଘରେ ହେଉଥିବା କେତେକ ଭୁଲ ଯୋଗୁଁ ଏହା ଘରର ବାସ୍ତୁକୁ ମଧ୍ୟ ବହୁ ପରିମାଣରେ ପ୍ରଭାବିତ କରିଥାଏ। ରୋଷେଇ ଘର ସହ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ କଥାର ଧ୍ୟାନ ରଖିବା ନିତ୍ୟାନ୍ତ ଜରୁରୀ ଅଟେ। ଯଦି କେତେକ ଛୋଟ ଛୋଟ କଥା ପ୍ରତି ଧ୍ୟାନ ନ ଦେବା ତେବେ ଘରର ସଦସ୍ୟ ମାନେ ଦରିଦ୍ର ଓ ସମାଜରେ ମାନ ହାନି ମଧ୍ୟ ହୋଇଥାଏ। ଜାଣନ୍ତୁ, ଏହି ଭୁଲ ବିଷୟରେ..
ଯେଉଁ ଘରେ ରୋଷେଇ ଘର ନିକଟରେ ହିଁ ଠାକୁରଙ୍କ ଘର ଥାଏ, ସେ ଘରର ଲୋକ ମାନେ ବହୁତ ରାଗି ହୋଇ ଥାଆନ୍ତି ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ସେମାନଙ୍କର ଲାଗି ରହିଥାଏ। ତେଣୁ ଠାକୁର ଘରକୁ ରୋଷେଇ ଘର ନିକଟରେ ରଖିବା ଉଚିତ ନୁହେଁ।
ରୋଷେଇ ଘର ନିକଟରେ ଯଦି ଷ୍ଟୋର ରୁମ୍‍ ଥାଏ, ତେବେ କର୍ମ କ୍ଷେତ୍ରରେ ବହୁ ଅସୁବିଧା ଦେଖାଯାଏ। ତେଣୁ ଯଦି ରୋଷେଇ ଘର ନିକଟରେ ଷ୍ଟୋର ରୁମ ଅଛି , ତେବେ ଏହି ଷ୍ଟୋର ରୁମରେ ଏକ ଚାନ୍ଦିର ଟଙ୍କା ରଖିଦିଅନ୍ତୁ।
ରୋଷେଇ ଘର ନିକଟରେ ଯଦି ଗାଧୁଆ ଘର ଅଛି ତେବେ ଏହାର ପ୍ରଭାବରେ ସଦସ୍ୟଙ୍କ ଶରୀର ରୋଗଗ୍ରସ୍ତ ହେବା ସହ ଗୃହରେ ସର୍ବଦା ଅଶାନ୍ତି ଲାଗି ରହେ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଗାଧୁଆ ଘରେ ଏକ ପାତ୍ରରେ ଲୁଣ ରଖନ୍ତୁ ଓ ୭ ଦିନକୁ ଥରେ ଏହାକୁ ବଦଳାନ୍ତୁ।
ଘରର ମୁଖ୍ୟ କବାଟ ସମ୍ମୁଖରେ ରୋଷେଇ ଘର ରଖନ୍ତୁ ନାହିଁ , ଏହା ଦ୍ୱାରା ପରିବାର ମଧ୍ୟରେ ସର୍ବଦା ଅଶାନ୍ତି ଲାଗି ରହେ। ଯଦି ମୁଖ୍ୟ କବାଟ ସମ୍ମୁଖରେ ରୋଷେଇ ଘର ଥାଏ , ତେବେ ରୋଷେଇ ଘରେ ଏକ ପରଦା ଟାଙ୍ଗନ୍ତୁ। ଯେପରି ମୁଖ୍ୟ କବାଟରୁ ରୋଷେଇ ଘର ଦେଖାନଯାଏ।
ରୋଷେଇ ଘର ଭିତରକୁ ସ୍ନାନ ନକରି ପ୍ରବେଶ କରିବା କଥା ନୁହେଁ। ଏହା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଆସିଥାଏ। ତେଣୁ ଯଦି ସ୍ନାନ ନକରି ରୋଷେଇ ଘରକୁ ପ୍ରବେଶ କରିବାକୁ ପଡ଼େ , ତେବେ ରାତିରେ ପିନ୍ଧିଥିବା ବସ୍ତ୍ରକୁ ବଦଳାଇ ପ୍ରବେଶ କରନ୍ତୁ।
ରୋଷେଇ ଘର ସର୍ବଦା ଗୃହର ଦକ୍ଷିଣ-ପୂର୍ବ କୋଣରେ ରହିଲେ ପରିବାରରେ ସୁଖଶାନ୍ତି ଓ ଆର୍ଥିକ କ୍ଷେତ୍ରରେ ବହୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories