www.samajalive.in
Sunday, December 7, 2025
13.1 C
Bhubaneswar

ଚାନ୍ଦବାଲି ବ୍ଲକରେ ୮ଟି ହାଇସ୍କୁଲର ଅପଗ୍ରେଡ; ଆଗାମୀ ଶିକ୍ଷାବର୍ଷରୁ ଆରମ୍ଭ ହେବ +୨ କଳାରେ ନାମ ଲେଖା

ଧାମରା: ଚାନ୍ଦବାଲି ବ୍ଲକରେ ୮ଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇଛି। ଏହା ଫଳରେ ଆଗାମୀ ଶିକ୍ଷା ବର୍ଷଠାରୁ ନିଜ ଅଞ୍ଚଳରେ ଥିବା ହାଇସ୍କୁଲରେ ଛାତ୍ରଛାତ୍ରୀମାନେ +୨ କଳାରେ ନାମଲେଖାଇବାର ସୁଯୋଗ ପାଇବେ।

ମିଳିଥିବା ଖବର ଅନୁଯାୟୀ, ବାସୁଦେବପୁର ବ୍ଲକରେ ୪ଟି, ତିହିଡି ବ୍ଲକରେ ୩ଟି, ଭଣ୍ଡାରିପୋଖରୀ ବ୍ଲକରେ ୧ଟି, ଚାନ୍ଦବାଲି ବ୍ଲକରେ ୮ଟି, ବନ୍ତ ବ୍ଲକରେ ୧ଟି ଏହିପରି ସମୁଦାୟ ଭଦ୍ରକ ଜିଲ୍ଲାରେ ୧୭ଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇଛି। ଏହା ଫଳରେ ଆଗାମୀ ଶିକ୍ଷା ବର୍ଷରେ ଏହି ହାଇସ୍କୁଲମାନଙ୍କରେ +୨ କଳାରେ ଛାତ୍ରଛାତ୍ରୀମାନେ ନାମଲେଖାଇ ପାରିବେ। ଚାନ୍ଦବାଲି ବ୍ଲକରେ ଆଖଣ୍ଡଳମଣି ନୋଡାଲ ହାଇସ୍କୁଲ, ଟିଜିପି ହାଇସ୍କୁଲ ଭୂଇଁବୃତି, ଏମଏମ ହାଇସ୍କୁଲ ସିଙ୍ଗିଟି, ଡିସି ହାଇସ୍କୁଲ ଓରାସାହି, ଏସଏସ ନିଗମାନନ୍ଦ ହାଇସ୍କୁଲ ଶଶିକାଦେଇପୁର କରଞ୍ଜମାଳ, ଗଣନାଥ ନୋଡାଲ ହାଇସ୍କୁଲ ମାଧପୁର, ଘଟପୁର ନୋଡାଲ ହାଇସ୍କୁଲ, ପଞ୍ଚୁଟିକ୍ରି ଜିପି ସରକାରୀ ହାଇସ୍କୁଲଗୁଡିକ ଚାନ୍ଦବାଲି ବ୍ଲକରେ ଅପଗ୍ରେଡ ହୋଇଛି। ଏହି ସମସ୍ତ ବିଦ୍ୟାଳୟଗୁଡିକରେ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ହେଉଥିବା ପରିପ୍ରେକ୍ଷୀରେ ଆଗାମୀ ଶିକ୍ଷା ବର୍ଷଠାରୁ ଏହି ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ +୨ କଳାରେ ନାମ ଲେଖାଇ ପାରିବେ ବୋଲି ଜଣାଯାଇଛି। ଚାନ୍ଦବାଲି ବିଧାୟକଙ୍କ ପ୍ରଚେଷ୍ଟାରେ ଏହି ବିଦ୍ୟାଳୟଗୁଡିକ ଅପଗ୍ରେଡ ହୋଇଥିବା ବେଳେ କରଞ୍ଜମାଳ ପଂଚାୟତର ସମାଜସେବୀ ତଥା ପୂର୍ବତନ ସରପଞ୍ଚ ରମେଶ ନାୟକ, କଇଥଖୋଲା ପଂଚାୟତର ପୂର୍ବତନ ସରପଞ୍ଚ ବନବିହାରୀ ମାଇତି, କରଣପଲ୍ଲୀ ପଂଚାୟତର ପୂର୍ବତନ ସରପଞ୍ଚ ଅମୂଲ୍ୟ ମଣ୍ଡଳ(ଝଡୁ), ପଞ୍ଚୁଟିକ୍ରି ପଂଚାୟତର ପୂର୍ବତନ ସରପଞ୍ଚ ଅନିଲ ନାୟକଙ୍କ ସମେତ ଧାମରା ଅଂଚଳବାସୀ ତଥା ଚାନ୍ଦବାଲିବାସୀ ଚାନ୍ଦବାଲି ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ.ବ୍ୟୋମକେଶ ରାୟଙ୍କୁ ସାଧୁବାଦ ଜଣାଇଛନ୍ତି। ଏହା ଫଳରେ ଆଗାମୀ ଦିନରେ ଗରିବ ଶ୍ରେଣୀର ବହୁ ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ ଅର୍ଥ ଅଭାବରୁ ଶିକ୍ଷାଦାନରୁ ବଞ୍ଚିତ ହେଉଥିଲେ ସେମାନେ ଉଚ୍ଚଶିକ୍ଷା ଲାଭ କରିପାରିବେ ବୋଲି ଅଂଚଳବାସୀ ମତ ପୋଷଣ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories