www.samajalive.in
Sunday, December 7, 2025
23.1 C
Bhubaneswar

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା ; ଦାଖଲ ହେଲା ଚାର୍ଜସିଟ୍‌‌

ଝାରସୁଗୁଡା : ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଶୁକ୍ରବାର ଝାରସୁଗୁଡା ଜେଏମ୍‌‌ଏଫ୍‌‌ସି କୋର୍ଟରେ କ୍ରାଇମବ୍ରାଞ୍ଚ ଟିମ୍‌‌ ପହଞ୍ଚି ସାରିଛନ୍ତି। ଏହାସହ ପ୍ରିଲିମିନାରୀ ଚାର୍ଜସିଟ୍‌‌ ଦାଖଲ କରିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍‌‌। ତଦନ୍ତ ଅଧିକାରୀଙ୍କ ସମେତ କିଛି ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି। ମୋଟ୍‌‌ ମୋଟ୍‌‌ ୫୪୩ ପୃଷ୍ଠାର ଚାର୍ଜସିଟ୍‌‌ ଦାଖଲ କରାଯାଇଛି। ଚାର୍ଜସିଟ୍‌‌ରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ନେଇ ସୂଚନା ମିଳିଛି। ୮୯ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଚାର୍ଜସିଟ୍‌‌ ଦାଖଲ କଲା କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ନାଁରେ ଆଇପିସି ଦଫା ୩୦୨,୩୦୭,ଆର୍ମସ ଆକ୍ଟ ୨୭(୦୧) ରୁଜୁ ହୋଇଛି। ହତ୍ୟାର ୧୧୮ ଦିନ ପରେ ଚାର୍ଜସିଟ୍‌‌ ଦାଖଲ ହୋଇଥିବା ବେଳେ ଗତ ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories