www.samajalive.in
Saturday, December 6, 2025
14.1 C
Bhubaneswar

ବାରହା ଜାଲରେ ପଡି ଗଣଦୁଷ୍କର୍ମ ମାମଲାରେ ଥିବା ନାବାଳକ ମୃତ

ଝାରସୁଗୁଡ଼ା : ଝାରସୁଗୁଡାରେ ଜଣେ ଅଭିଯୁକ୍ତ ନାବାଳକ ବାରହା ପାଇଁ ବିଛା ଯାଇଥିବା ଜାଲରେ ପଡି ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଛତିଶଗଡ଼ ରାୟଗଡ଼ ଜିଲାରେ ଗତ ୧୯ ତାରିଖରେ ଏକ ଗଣଦୁଷ୍କର୍ମ ହୋଇଥିଲା। ଏଥିରେ ସଂପୃକ୍ତ ଥିବା ୭ ଜଣ ମଧ୍ୟରୁ ପୁଲିସ ୬ ଜଣଙ୍କୁ ଧରିଥିବା ବେଳେ ଜଣେ ନାବାଳକ ଫେରାର ଥିଲା। ନାବାଳକ ଓଡ଼ିଶା ଝାରସୁଗୁଡ଼ା ଜିଲା ସୀମାନ୍ତ ଅଞ୍ଚଳରେ ମାମୁଁଙ୍କ ଘରେ ଲୁଚିଥିଲା। ଗତକାଲି ପୁଲିସ ମାମୁଁ ଘରେ ଚଢ଼ାଉ କରିବା ଜାଣି ରାତିରେ ଜଙ୍ଗଲ ରାସ୍ତା ଦେଇ ଫେରାର ହେଉଥିଲା। ଗ୍ରାମରେ ବାରହା ପାଇଁ ବିଛା ଯାଇଥିବା ଜାଲରେ ପଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସି ନାବାଳକର ମୃତ୍ୟୁ ହୋଇଛି। ନାବାଳକର ମୃତଦେହକୁ ପୁଲିସ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି।

ରାୟଗଡ଼ ଜିଲାର ୨୭ ବର୍ଷୀୟ ଜଣେ ଯୁବତୀ ମେଳା ଦେଖିବାକୁ ଯାଉଥିଲେ। ଏହାର ସୁଯୋଗ ନେଇ ୬ ଜଣ ଯୁବକ ଜଣେ ନାବାଳକ ଦୁଷ୍କର୍ମ କରିଥିଲେ। ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅପରାଧ ୧୯୫/୨୪ ଧାରା ୭୦ (୧), ୧୪୦(୩), ୩୫୧(୩) ବିଏନଏସ୍ ପଞ୍ଜିକୃତ କରି ତଦନ୍ତ କରିଥିଲା। ଗଣଦୁଷ୍କର୍ମ କରିଥିବା ରାହୁଲ ଚୌହ୍ବାନ (୨୧), ମୋନୁ ସାହୁ (୨୩), ରାହୁଲ ଖଡ଼ିଆ (୨୧), ଉତ୍ତମ ମିର୍ଧା (୨୦), ନରେନ୍ଦ୍ର ସିଦାର (୨୩) ଓ ବବଲୁ ଦେହରିଆ (୨୧) ଗିରଫ କରିଥିଲା। ନାବାଳକ ଫେରାର ହୋଇ ଓଡ଼ିଶା ଝାରସୁଗୁଡ଼ା ସୀମାନ୍ତ ଅଞ୍ଚଳରେ ଆସି ମାମୁଁ ଘରେ ଲୁଚିଥିଲା। ଗତକାଲି ଘର ପଛ ରାସ୍ତା ଦେଇ ନାବାଳକ ଫେରାର ହେଉଥିଲା। ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ବାରହା ପାଇଁ ବିଛା ଯାଇଥିବା ଜାଲରେ ପଡି ମୃତ୍ୟୁ ହୋଇଥିଲା। ମୃତଦେହକୁ ପୁଲିସ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଚଳାଇଛି।

ମାଲବୋଝେଇ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ; ହେଲପର ମୃତ

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories