www.samajalive.in
Sunday, December 7, 2025
26.1 C
Bhubaneswar

ଝାରସୁଗୁଡାରେ ପାସ ହାର ୭୭.୨୦ ପ୍ରତିଶତ ; ବିଜୟ ସେନାପତି ଜିଲା ଟପ୍ପର ,ଦିବେଶ ବେହେରା ଦ୍ଵିତୀୟ

ଝାରସୁଗୁଡ଼ା : ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷାଫଳ। ଏଥିରେ ଝାରସୁଗୁଡାରେ ପାସ ହାର ୭୭.୨୦ ପ୍ରତିଶତ ଛାତ୍ର ଛାତ୍ରୀ କୃତକାର୍ୟ୍ୟ ହୋଇଥିବା ବେଳେ ବିଜୟ ସେନାପତି ଜିଲା ଟପ୍ପର ,ଦିବେଶ ବେହେରା ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି। ଏହାସହ ଏ୧ରେ ୨ ଜଣ ପାସ କରିଛନ୍ତି।
ବ୍ରଜରାଜନଗର ସରସ୍ବତୀ ଶିଶୁ ମନ୍ଦିର ଛାତ୍ର ବିଜୟ ସେନାପତି ଜିଲା ଟପ୍ପର ହୋଇଛନ୍ତି। ସେ ୫୪୧ ଅଙ୍କ ରଖି ଜିଲାରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଲଇକେରା ନିକ୍ତିମାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଦିବେଶ ବେହେରା ୫୪୦ ଅଙ୍କ ରଖି ଜିଲାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ।
ବିଜୟ ସେନାପତି ଜିଲା ଟପ୍ପର –
ଜିଲା ଟପ୍ପର ହୋଇଥିବା ବିଜୟଙ୍କ ବାପା ଜଣେ ଶିକ୍ଷକ । ସେ ଶିଶୁ ମନ୍ଦିରରେ ହିଁ ଶିକ୍ଷକତା କରନ୍ତି । ବିଜୟ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ।
ସେହିପରି ଦ୍ଵିତୀୟ ସ୍ଥାନରେ ରହିଥିବା ଦିବେଶ ବେହେରା ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଦିବେଶ ଗତ ୨୦୧୮ ରେ ନିଜ ବାପା ମା’ଙ୍କୁ ହରାଇଥିଲେ । ସେ ଏବେ ବଡବାପା ଓ ମାମୁଁ ଘରେ ରହି ପାଠ ପଢୁଥିଲେ ।
ଜିଲାରେ ୨୧୬୬ ଜଣ ଛାତ୍ର ପାସ କରିଥିବା ବେଳେ ୨୭୭୭ ଜଣ ଛାତ୍ରୀପାସ କରିଛନ୍ତି । ଏ୧ଗ୍ରେଡରେ ୨ଜଣ ଛାତ୍ର ପାସ କରିଥିବା ବେଳେ ଏ୨ରେ ୫୪ ବି୧ ରେ ୧୬୭ ଜଣ ବି୨ରେ ୩୩୫ ଜଣ , ସି ଗ୍ରେଡ ରେ ୬୦୯ ଜଣ ଡ଼ିରେ ୧୦୯୮ ଜଣ ଇ ରେ ୨୬୭୮ ଜଣ ଏଫରେ ୧୪୬୦ ଜଣ ପାସ କରିଛନ୍ତି ।
୧୯ ନମ୍ବର ସ୍ଥାନକୁ ଖସିଲା ଝାରସୁଗୁଡା
ଗତ ବର୍ଷ ପାସ ହାରରେ ଝାରସୁଗୁଡା ରାଜ୍ୟରେ ପ୍ରଥମ ସ୍ଥାନରେ ଥିବା ବେଳେ ଏଥର ୧୯ ନମ୍ବର ସ୍ଥାନକୁ ଖସିଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଜିଲାର ପାସ ହାର ଅସ୍ବଭାବିକ କମିଛି । ଗତବର୍ଷ ଝାରସୁଗୁଡା ପାସ ହାରରେ ରାଜ୍ୟରେ ପ୍ରଥମ ଥିଲା । ଜିଲାର ପାସ ହାର ୮୫.୪୮ ରହିଥିଲା । ମାତ୍ର ଚଳିତ ବର୍ଷ ପାସ ହାର ୭୭.୨୦ ପ୍ରତିଶତ ରହିଛି ।
ଚଳିତ ବର୍ଷ ଜିଲାରେ ମୋଟ ୬୫୭୪ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବା ପାଇଁ ଆବେଦନ ଫର୍ମ ପୂରଣ କରିଥିଲେ । ମାତ୍ର ୧୭୧ ଜଣ ପରୀକ୍ଷା ଦେଇନଥିଲେ । ୬୪୦୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରେ ୪୯୪୩ ଜଣ ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ ହାର ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୪୩.୮୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀମାନଙ୍କ ପାସ ହାର ୫୬.୧୮ ପ୍ରତିଶତ ରହିଛି ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories