www.samajalive.in
Saturday, December 6, 2025
14.1 C
Bhubaneswar

ସାଢେ ୧୧ରେ ୪୨ ଡିଗ୍ରୀ ପାର୍: ଝାରସୁଗୁଡା ସବୁଠୁ ଉତ୍ତପ୍ତ

ଭୁବନେଶ୍ବର :ରାଜ୍ୟରେ ପୁଣି ବଢିଲା ତାତି । ଆଜି ସକାଳ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ପାର୍ କରିଛି। ୪୨.୮ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁରରେ ୪୨.୨, ହୀରାକୁଦରେ ତାପମାତ୍ରା ୪୨ ଡିଗ୍ରୀ , ରାଉରକେଲାରେ ୪୦.୮, କେନ୍ଦୁଝରରେ ୪୦.୫ ଓ ଭୁବନେଶ୍ଵରରେ ୩୮.୮ଡିଗ୍ରୀ ରେକର୍ଡ ହୋଇଛି। ପଶ୍ଚିମାଞ୍ଚଳରେ ଟାଣଖରା ଯୋଗୁଁ ବାହାରକୁ ବାହାରି ହେଉନାହିଁ। ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଗରମ ଏବଂ ଗୁଳୁଗୁଳି ଲାଗି ରହିଛି। ପ୍ରାୟ ଅଞ୍ଚଳରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଥିଲା । ୧୭ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ପରେ ରହିଥିଲା। ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories