www.samajalive.in
Saturday, December 6, 2025
16.1 C
Bhubaneswar

ଝାରସୁଗୁଡ଼ା ଉପନିର୍ବାଚନ, ଆଜି ବିଧାୟକ ବାଛୁଛନ୍ତି ଭୋଟର

ଭୁବନେଶ୍ବର: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି। ଏହା ସକାଳ ୭ଟାରୁ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଆବଶ୍ୟକ ସମସ୍ତ ପ୍ରସ୍ତୁତି କରାଯାଇଛି। ୨୫୩ ବୁଥ୍‌ରେ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ଉପନିର୍ବାଚନ ପାଇଁ ୨୬ଟି ପିଙ୍କ୍‌ ବୁଥ୍‌ କରାଯାଇଛି। ପିଙ୍କ୍ ବୁଥଗୁଡ଼ିକରେ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ୧୦୧୨ ପୁଲିଂ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ୯୬ ପୁଲିଂ ଅଧିକାରୀଙ୍କୁ ସଂରକ୍ଷିତ ରଖାଯାଇଛି। ୧୧୬ ସମ୍ବେଦନଶୀଳ ବୁଥ ଥିବାବେଳେ ସମସ୍ତ ବୁଥରେ ୱେବକାଷ୍ଟିଂ ହୋଇଛି।

- Advertisement -

ଏହି ଉପନିର୍ବାଚନରେ ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଭୋଟର ସେମାନଙ୍କ ବହୁମୂଲ୍ୟ ମତାଧିକାର ସାବ୍ୟସ୍ତ କରିବେ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୧୦ ହଜାର ୬୧୯ ପୁରୁଷ ଭୋଟର ଥିବାବେଳେ ୧ ଲକ୍ଷ ୧୧ ହଜାର ୩୭ ମହିଳା ଏବଂ ୬୩ ଜଣ କିନ୍ନର ଭୋଟର ରହିଛନ୍ତି। ଏଥିରୁ ୨ ହଜାର ୫୩୪ ଭିନ୍ନକ୍ଷମ ଏବଂ ୨୪୯ ଚାକିରିଆ ଭୋଟର ଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୮୧୪ ପୁଲିସ ଏବଂ ୭ ପ୍ଲାଟୁନ୍‌ କେନ୍ଦ୍ରୀୟ ପୁଲିସ ଫୋର୍ସ (ସିଆରପିଏଫ)ଙ୍କୁ ନିୟୋଜିତ କରାଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories