www.samajalive.in
Saturday, December 6, 2025
14.1 C
Bhubaneswar

ସରୁକୋଇ ନାଳ ଉପରେ ପୋଲ ନିର୍ମାଣ ପାଇଁ ଜାଗ୍ରତ କନ୍ଧମାଳର ଦାବୀ

ଫୁଲବାଣୀ :ଆଦିବାସୀ ଅଞ୍ଚଳର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ଏଥିପାଇଁ କୋଟି ଟଙ୍କା ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଥଚ ଆଜି ପର୍ୟ୍ୟନ୍ତ ଅନେକ ଅଞ୍ଚଳରେ ବିକାଶ ପହଞ୍ଚି ପାରୁ ନାହିଁ। ଏପରିକି ଅନେକ ଗ୍ରାମକୁ ସବୁଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନିର୍ମାଣ ହୋଇ ପାରୁନାହିଁ। ଫଳରେ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତି ଦେଖିବାକୁ ମିଳିଛି ସଦର ବ୍ଲକ ଅନ୍ତର୍ଗତ ବିଶିପଡା ପଞ୍ଚାୟତ ପ୍ରେକଡ ସାହିରେ। ବିଶିପଡା ପଞ୍ଚାୟତ ମୁଖ୍ୟାଳୟ ଠାରୁ ମାତ୍ର ଦୁଇ ତିନି କିଲୋମିଟର ଦୂରରେ ଏହି ଗ୍ରାମର ଦୂରତା ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରୁ ମାତ୍ର ୧୨ କିମି। ଅଥଚ ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। ଗାଁକୁ ଯାଇଥିବା ଚଲା ରାସ୍ତାଟି ଦୀର୍ଘ ବର୍ଷ ହେଲା ମରାମତି ନ ହେବାରୁ ବ୍ୟବହାର ଅନୁପଯୋଗୀ ହୋଇ ପଡିଛି। ଅପରପକ୍ଷରେ ଗାଁ ପାଖରେ ଥିବା ସରୁକୋଇ ନାଳ ଉପରେ ପୋଲ ନିର୍ମାଣ ନ ହେବାରୁ ବର୍ଷା ଦିନେ ଗାଁ ଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡୁଛି। ଫଳରେ ସିକସାହି, ପ୍ରେକଡପଡା ସମେତ ଅନେକ ଗ୍ରାମର ଲୋକେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନାଳପାଣି ନିକଟସ୍ଥ ବିଲକୁ ମାଡିଯାଇ ଫସଲ ନଷ୍ଟ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ନାଳ ଉପରେ ପୋଲଟିଏ ନିର୍ମାଣ କରିବା ପାଇଁ ବର୍ଷ ବର୍ଷ ଧରି ଗ୍ରାମବାସୀ ଜିଲାପାଳଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧି ମାନଙ୍କୁ ନିବେଦନ କରୁଛନ୍ତି। କିନ୍ତୁ କୌଣସି ଫଳ ମିଳି ନାହିଁ ବୋଲି ଗ୍ରାମର ନାଭିଦତ୍ୟ ମଲିକ,ସୁମନ୍ତ ମଲିକ, ଶଶୀଦେଇ କହଁର, ଦିଲ୍ଲୀପ ମଲିକ ପ୍ରମୁଖ କହିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜାଗ୍ରତ କନ୍ଧମାଳର ସମ୍ପାଦକ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗ୍ରାମକୁ ଯାଇ ଅବସ୍ଥା ଅନୁଧ୍ୟାନ କରିବା ସହ ସରୁକୋଇ ନାଳ ଉପରେ ଏକ ପୋଲ ନିର୍ମାଣ କରିବା ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ଦାବୀ ଜଣାଇଛନ୍ତି। ଜିଲାପାଳ ଏ ବିଷୟରେ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories