ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ୍‍

ନୂଆଦିଲ୍ଲୀ: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଆଶ୍ୱସ୍ତି । ହେମନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଝାଡଖଣ୍ଡ ହାଇକୋର୍ଟ । ଜମି ଦୁର୍ନୀତି ମାମଲାରେ ନବମ ଥର ସମନ ପରେ ୩୧ ଜାନୁଆରୀରେ ଇଡ଼ି ତାଙ୍କୁ ଗିରଫ କରିଥିଲା । ଏହାପରେ ଜେଲରେ ରହିଥିଲେ ହେମନ୍ତ । ଜଲରେ ରହିବା ଭିତରେ କିଛି ଦିନ ପାଇଁ ଜାମିନରେ ବାହାରକୁ ଆସି ପୁଣି ଜେଲ ଯାଇଥିଲେ । ଗତ ୫ମାସ ହେବ ଜେଲରେ ରହିଥିଲେ ହେମନ୍ତ ସୋରେନ ।

Comments are closed.