www.samajalive.in
Saturday, December 6, 2025
14.1 C
Bhubaneswar

କିପରି ଥିଲା ବାଇଡେନ-ଟ୍ରମ୍ପଙ୍କ ତର୍କ ? ମଞ୍ଚ ଉପରେ କେମିତି ପରସ୍ପରଙ୍କୁ ଟକ୍କର ଦେଇଥିଲେ ଦୁଇ ନେତା ?

ସମାଜ ଡିଜିଟାଲ ଡେସ୍କ: ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଶୁକ୍ରବାର ଆମେରିକାରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ତର୍କ ହୋଇଥିଲା। ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ମଞ୍ଚରେ ବିଭିନ୍ନ ପ୍ରସଙ୍ଗକୁ ନେଇ ତର୍କ ହେବା ସହ ଉଭୟ ନେତା ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ତେବେ ଦୁଇ ନେତା ମଞ୍ଚକୁ ଆସିବା ସମୟରେ ସାମ୍ନାସାମ୍ନି ହୋଇଥିଲେ ହେଁ କେହି ପରସ୍ପର ସହିତ ହାତ ମିଳାଇ ନ ଥିଲେ। ଏଥିରୁ ଉଭୟେ ଉଭୟଙ୍କର କେତେ ପ୍ରତିଦ୍ଵନ୍ଦ୍ଵୀ ତାହା ସ୍ପଷ୍ଟ ଜଣାପଡ଼ିଯାଇଥିଲା। ୪ ବର୍ଷ ପରେ ଦୁଇ ନେତା ମୁହାଁମୁହିଁ ହୋଇଥିଲେ। ତେବେ ଆସନ୍ତୁ ଜାଣିବା କିପରି ଥିଲା ଏହି ଦୁଇ ନେତାଙ୍କ ତର୍କ ?

ଟ୍ରମ୍ପଙ୍କ ତର୍କ:

- Advertisement -

ତର୍କ ସମୟରେ ବାଇଡେନ ଏବଂ ଟ୍ରମ୍ପ ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ପରସ୍ପରଙ୍କୁ ଆକ୍ରମଣ ପ୍ରତିଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା। ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଶାୟୀ ଥିବା ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ, ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରିନେବା ଲଜ୍ଜାଜନକ ଘଟଣା ଥିଲା। ଏହି କାରଣରୁ ହିଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଆରମ୍ଭ କରିବାକୁ ସୁଯୋଗ ମିଳିଲା। ଯଦି ସେ କ୍ଷମତାରେ ତାଆନ୍ତେ, ତେବେ ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୋଇ ନ ଥାନ୍ତା।

ଟ୍ରମ୍ପ ଆହୁରି କହିଥିଲେ, ପୁଟିନ ୟୁକ୍ରେନ ଉପରେ କେବେ ବି ଆକ୍ରମଣ କରି ନ ଥାଆନ୍ତେ। ଠିକ୍ ସେହିପରି ହମାସ ବି କେବେ ଇସ୍ରାଏଲ ଉପରେ ଆକ୍ରମଣ କରି ନ ଥାନ୍ତା। ଏହାର କାରଣ ହେଉଛି ଇରାନ ତାଙ୍କଠାରୁ ସମ୍ପର୍କ ଚ୍ଛିନ୍ନ କରିସାରିଥିଲା। ସେ କାହାକୁ ବି ଇରାନ ସହିତ ବାଣିଜ୍ୟ କରିବାକୁ ଦେଇ ନ ଥାନ୍ତେ। ସେଥିପାଇଁ ତାଙ୍କ କାର୍ଯ୍ୟକାଳ ସମୟରେ ଦେଶବାସୀଙ୍କୁ କୌଣସି ପ୍ରକାର ଆତଙ୍କର ସାମ୍ନା କରିବାକୁ ପଡ଼ି ନ ଥିଲା। ତାଙ୍କ (ବାଇଡେନ) ଶାସନରେ ସାରା ଦୁନିଆ ଦୋହଲି ଯାଇଛି।

ବାଇଡେନଙ୍କ ଯୁକ୍ତି:

ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପାର୍ଟି ଆଶାୟୀ ଜୋ ବାଇଡେନ ୟୁକ୍ରେନକୁ ସମର୍ଥନ କରିଥିବା ପ୍ରସଙ୍ଗରେ ନିଜ ଆଭିମୁଖ୍ୟର ସୁରକ୍ଷା କରିଥିଲେ। ସେ କହିଥିଲେ, ରୁଷ ହଜାର ହଜାର ସୈନିକଙ୍କୁ ହରାଇଛି। କିଭ୍ ଉପରେ କବଜା କରିବା ଲାଗି ନିଜର ଉଦ୍ଦେଶ୍ୟରେ ରୁଷ ସଫଳ ହୋଇପାରି ନାହିଁ। ସେ କହିଥିଲେ, ଏହି ବ୍ୟକ୍ତି (ଟ୍ରମ୍ପ) ପୁଟିନଙ୍କୁ କହିଥିଲେ ଆପଣ ଯାହା କରିବାକୁ ଚାହୁଁଛନ୍ତି କରନ୍ତୁ। ପୁଟିନ କହିଥିଲେ ଯେ ସେ ୫ ଦିନ ଭିତରେ କିଭକୁ କବଜା କରିନେବେ। କାରଣ ଏହା ପୁରୁଣା ସୋଭିଏଟ ସଂଘର ଅଂଶ ଥିଲା। କିନ୍ତୁ ପୁଟିନ ସଫଳ ହେଲେ ନାହିଁ। ନିଜର ହଜାର ହଜାର ସୈନିକଙ୍କୁ ହରାଇଲେ।

ପୁଟିନ ଯୁଦ୍ଧ ଅପରାଧୀ:

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୋ ବାଇଡେନ ମଞ୍ଚ ଉପରେ ଯୁଦ୍ଧ ଅପରାଧୀ ବୋଲି କହିଥିଲେ। ସେ ଚେତାବନୀ ଦେଇ କହିଥିଲେ, ରୁଷ ୟୁକ୍ରେନ ଉପରେ କବଜା କରିନେଇଥିଲେ, ସାରା ୟୁରୋପରେ ସଂଘର୍ଷ ହେବାର ଆଶଙ୍କା ରହିଥିଲା। ପୁଟିନ ହଜାର ହଜାର ଲୋକଙ୍କୁ ହତ୍ୟା କରିଛନ୍ତି। ସେ ସମଗ୍ର ୟୁରୋପରେ ସୋଭିଏଟ ସଂଘ ସ୍ଥାପନ କରିବାକୁ ଚାହୁଁଛନ୍ତି। ଯଦି ସେ ୟୁକେନକୁ କବଜା କରିନେଇଥାନ୍ତେ, ତେବେ ପୋଲାଣ୍ଡ, ବେଲାରୁସ ଏବଂ ନାଟୋ ଦେଶଗୁଡ଼ିକ ସହିତ କ’ଣ ହୋଇଥାନ୍ତା ବୋଲି ବାଇଡେନ ପ୍ରଶ୍ନ କରିଥିଲେ।

ଟ୍ରମ୍ପଙ୍କ ତର୍କ:

ଯୁଦ୍ଧ ସମାପ୍ତ କରିବା ଲାଗି ପୁଟିନଙ୍କ ସର୍ତ୍ତ (ୟୁକ୍ରେନ ନାଟୋରେ ସାମିଲ ନ ହେବା ଏବଂ ୟୁକ୍ରେନର କବଜା କରାଯାଇଥିବା ଅଞ୍ଚଳ ରୁଷ ନିଜ ପାଖରେ ରଖିବା)କୁ ମାନିନେବା କି ବୋଲି ପ୍ରଶ୍ନରେ ଟ୍ରମ୍ପ କହିଥିଲେ, ଏହି ସର୍ତ୍ତକୁ ସେ ସ୍ଵୀକାର କରୁନାହାନ୍ତି। ଟ୍ରମ୍ପ ଜୋର ଦେଇ କହିଥିଲେ ଯେ, ସେ ପଦ ସମ୍ଭାଳିବା ପୂର୍ବରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମାପ୍ତ କରିଦେବେ। ୟୁକ୍ରେନକୁ ଦିଆଯାଉଥିବା ଆମେରିକୀୟ ସମର୍ଥନ ଉପରେ ବି ଟ୍ରମ୍ପ ମଜାକ  ଉଡ଼ାଇଥିଲେ। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଜଣେ ସେଲସମ୍ୟାନ ବା ବିକ୍ରେତା ବୋଲି କହିଥିଲେ ଟ୍ରମ୍ପ।

ଟ୍ରମ୍ପ କହିଥିଲେ, ଏହା ଏକ ଏପରି ଯୁଦ୍ଧ, ଯାହା କେବେ ବି ଆରମ୍ଭ ହେବାର ନ ଥିଲା। ବାଇଡେନ ୟୁକ୍ରେନକୁ ୨୦୦ ଅରବ ଡଲାରରୁ ଅଧିକ ଆର୍ଥିକ ସହାୟତା ଦେଇଛନ୍ତି। ଜେଲେନସ୍କି ଯେବେ ବି ଆମେରିକା ଆସନ୍ତି, ୬୦ ଅରବ ଡଲାର ନେଇ ଚାଲିଯାଆନ୍ତି। ସେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ବିକ୍ରେତା ଅଟନ୍ତି ବୋଲି ଟ୍ରମ୍ପ କହିଛନ୍ତି। ଏପରି କଦାପି ହେବା ଉଚିତ ନ ଥିଲା। ୨୦୨୫ ଜାନୁୟାରୀ ୨୦ରେ ପଦଭାର ସମ୍ଭାଳିବା ପୂର୍ବରୁ ନବନିର୍ବାଚିତ ରାଷ୍ଟ୍ରପତି ଭାବେ ପୁଟିନ ଏବଂ ଜେଲେନସ୍କିଙ୍କ ମଧ୍ୟରେ ଏହି ଯୁଦ୍ଧର ସମାଧାନ କରିବି ବୋଲି ଟ୍ରମ୍ପ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories