ଭାଇ ଓ ମା’ ସହ ଝାଡ଼ଖଣ୍ଡ ସିଭିଲ ସର୍ଭିସ ଟପ୍ପର ମୃତ

ରାଞ୍ଚି: ଝାଡ଼ଖଣ୍ଡ ପବ୍ଲିକ ସର୍ଭିସ କମିଶନ(ଜେପିଏସସି) ତଥା ଝାଡ଼ଖଣ୍ଡ ସିଭିଲ ସର୍ଭିସ ପରୀକ୍ଷାର ଟପ୍ପର ଶାଳିନୀ ବିଜୟଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି। ଶାଳିନୀଙ୍କ ଭାଇ ଆଇଆର୍‌‌ଏସ ଅଫିସ ମନୀଷ ଏବଂ ମା’ ଶକୁନ୍ତଳାଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କେରଳ କୋଚିରେ ଭାଇ ମନୀଷଙ୍କ କ୍ୱାର୍ଟର୍ସରୁ ତିନି ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମନୀଷ ସେଣ୍ଟ୍ରାଲ ଏକ୍ସସାଇଜରେ କମିଶନର ଭାବେ କାମ କରୁଥିଲେ। ଶାଳିନୀ ଝାଡ଼ଖଣ୍ଡ ସମାଜ ମଙ୍ଗଳ ବିଭାର ସହ ନିର୍ଦେଶକ ଥିଲେ।

୨୦୦୩ରେ ଶାଳିନୀ ଝାଡ଼ଖଣ୍ଡ ସିଭିଲ ସର୍ଭିସ ଟପ୍ପର ହୋଇଥିଲେ ଏବଂ ଏହାକୁ ନେଇ ବିବାଦ ମଧ୍ୟ ରହିଥିଲା। ଏହାର ସିବିଆଇ ତଦନ୍ତ ଚାଲିଥିଲାବେଳେ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁସାରେ ଚାପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି ପୁଲିସ ପ୍ରକାଶ କରିଛି।

Comments are closed.