ବୁଲନ୍ଦସହର: ବୁଲନ୍ଦସହର ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଓରଫ ଜିତୁକୁ ଉତ୍ତରପ୍ରଦେଶ ଟାସ୍କଫୋର୍ସ ପଚରାଉଚୁରା କରୁଛି।
ଉତ୍ତରପ୍ରଦେଶ ପୁଲିସ୍ ତାକୁ ଜାମ୍ମୁ କାଶ୍ମୀରରୁ ଗିରଫ କରିଥିଲା । ଦୁଇଦିନ ତଳେ ତାକୁ ଗିରଫ କରିବା ପାଇଁ ପୁଲିସ୍ ଟିମ୍କୁ ପଠାଯାଇଥିଲା । ସେନା ପକ୍ଷରୁ ଜିତୁକୁ ଉତ୍ତରପ୍ରଦେଶ ଟାସ୍କଫୋର୍ସକୁ ହସ୍ତାନ୍ତର କରାଯାଇଛି ଏବଂ ତାକୁ ପଚରାଉଚୁରା କରାଯାଉଛି ବୋଲି ପୁଲିସ୍ କହିଛି ।
ବୁଲନ୍ଦସହରର ସାୟନା ଅଞ୍ଚଳରେ ଥିବା ମାହୋ ଗ୍ରାମରେ ଜିତେନ୍ଦ୍ର ମଲ୍ଲିକର ଘର ଏବଂ ଇନ୍ସପେକ୍ଟର ସୁବୋଧ ସିଂହ ହତ୍ୟା ଘଟଣାରେ ସେ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ୍ ପକ୍ଷରୁ ସନ୍ଦେହ ପ୍ରକାଶ ପାଇଛି। ସେ ସାୟନା ଅଞ୍ଚଳରେ ହିଂସା ଘଟିବା ସମୟରେ ଛୁଟିରେ ଥିଲା ଏବଂ ଘଟଣା ଘଟିବା ପରେ ତତ୍କ୍ଷଣାତ କାର୍ଯ୍ୟରେ ଯୋଗଦାନ ପାଇଁ ଜାମ୍ମୁ କାଶ୍ମୀର ପଳାଇଯାଇଥିଲା। ଭିଡ଼ିଓ ଫୁଟେଜରେ ଜିତୁକୁ ଦେଖିବାକୁ ମିଳିଥିଲା ଏବଂ ଅନ୍ୟମାନଙ୍କ ସହ ତା’ ନାମରେଏଫ୍ଆଇଆର୍ ଦାଖଲ କରାଯାଇଥିଲା।
ତେବେ ଗତ ସୋମବାର ଦିନ ଗୋହତ୍ୟା ଅଭିଯୋଗରେ ଘଟିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପୁଲିସ୍ ଇନ୍ସପେକ୍ଟର ସୁବୋଧ କୁମାର ସିଂହ ଓ ଜଣେ ଗ୍ରାମବାସୀ ପ୍ରାଣ ହରାଇଥିଲେ।
ବୁଲନ୍ଦସହର ହିଂସା : ଜିତୁକୁ ପଚରାଉଚୁରା କରୁଛି ଉତ୍ତରପ୍ରଦେଶ ଟାସ୍କଫୋର୍ସ
Popular Categories



