www.samajalive.in
Friday, December 12, 2025
14.1 C
Bhubaneswar

ବଢ଼ିଲା ଜେଇଇ ମେନ୍ ପଞ୍ଜୀକରଣ ଅବଧି

ଭୁବନେଶ୍ବର : ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ)ମେନ୍‌ ଏପ୍ରିଲ ସେକ୍ସନ ପାଇଁ ପଞ୍ଜୀକରଣ ଅବଧି ୬ରେ ଶେଷ ହୋଇ ଥିବାବେଳେ ଏହାର ଅବଧି ୧୨ ତାରିଖକୁ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ନ୍ୟାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ)ୱେବସାଇଟ(ଙ୍ଗଙ୍ଗଙ୍ଗ.ହରରଜ୍ଞବସଦ୍ଭ.ଦ୍ଭଗ୍ଧବ.ଦ୍ଭସମ.ସଦ୍ଭ)ରେ ବିଜ୍ଞପ୍ତି ପ୍ରକାଶ ପାଇଛି।
ବି.ଇ, ବି. ଟେକ୍, ବି.ପ୍ଲାନ୍‌ ଏବଂ ବି. ଆର୍କରେ ନାମ ଲେଖାଇବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଅନଲାଇନ୍‌ରେ ପଞ୍ଜୀକରଣ କରୁଛନ୍ତି। ଅବଧି ବୃଦ୍ଧି କରାଯିବା ପରେ ୭ରୁ ୧୨ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଆଗ୍ରହୀ ଛାତ୍ରଛାତ୍ରୀ ଅନଲାଇନ୍‌ରେ ପଞ୍ଜୀକରଣ କରିପାରିବେ। ଶେଷ ମୁହୂର୍ତ୍ତରେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଫି’ ଦାଖଲ ନିମନ୍ତେ ଅତିରିକ୍ତ ସମୟ ଦିଆଯାଇ ନାହିଁ। ୧୨ ତାରିଖ ରାତି ୧୧ଟା ୫୦ ମିନିଟ ମଧ୍ୟରେ କ୍ରେଡିଟ କାର୍ଡ, ଡେବିଟ କାର୍ଡ, ଅନଲାଇନ୍ ବ୍ୟାକିଂ ଏବଂ ପେଟିଏମ୍ ସେବା ମଧ୍ୟରେ ଫି’ ପୈଠ କରିବାକୁ କୁହାଯାଇଛି। ଆବେଦନପତ୍ରରେ କୌଣସି ତ୍ରୁଟି ଥିଲେ ଛାତ୍ରଛାତ୍ରୀ ୧୩ରୁ ୧୬ ତାରିଖ ମଧ୍ୟରେ ୱେବସାଇଟକୁ ଯାଇ ସଂଶୋଧନ କରିପାରିବେ। କିନ୍ତୁ ଫେବୃଆରୀ ୭ ବିଜ୍ଞପ୍ତି ଅନୁସାରେ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିବା ତାରିଖ ଏବଂ ପରୀକ୍ଷା ତାରିଖରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଉକ୍ତ ପରୀକ୍ଷାକୁ ଏନ୍‌ଟିଏ ପରିଚାଳନା କରୁଥିବାବେଳେ ଏପ୍ରିଲ ୫, ୭, ୮, ୯ ଏବଂ ୧୧ରେ କମ୍ପ୍ୟୁଟର ବେସ୍‌ ଟେଷ୍ଟ (ସିବିଟି)ମୋଡ଼ରେ ପରୀକ୍ଷା ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ ମାର୍ଚ୍ଚ ୨୦ରୁ ଏନ୍‌ଟିଏ ୱେବସାଇଟ୍‌କୁ ଯାଇ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ପରୀକ୍ଷା ଫଳ ଏପ୍ରିଲ ୩୦ରେ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ବର୍ଷରେ ଜାନୁଆରୀ ଏବଂ ଏପ୍ରିଲ ଦୁଇଟି ସେକ୍ସନରେ ଜେଇଇ ମେନ୍ କରାଯାଉଛି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories