www.samajalive.in
Friday, December 12, 2025
23.1 C
Bhubaneswar

ୟେସ୍‌ ବ୍ୟାଙ୍କରେ ଆର୍ଥିକ ଅନିୟମିତତା : ପ୍ରତିଷ୍ଠାତାଙ୍କୁ ଇଡି ଜେରା

ମୁମ୍ବଇ : ୟେସ୍‌ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅଧିକାରୀମାନେ ଗୁରୁବାର ଦିନ ଏଠାରେ ଥିବା କାର୍ଯ୍ୟାଳୟକୁ ଆଣିବାପରେ ଶୁକ୍ରବାର ରାତିରୁ ତାଙ୍କୁ ଜେରା ଆରମ୍ଭ କରାଯାଇଛି। ୟେସ୍‌ ବ୍ୟାଙ୍କକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ କରିବାର କିଛି ସମୟପରେ ଇଡି ଅଧିକାରୀମାନେ ରାଣାଙ୍କୁ ଅଟକ ରଖିଥିଲେ। ବ୍ୟାଙ୍କରେ ସୃଷ୍ଟି ହୋଇଥିବା ଏଭଳି ଅବସ୍ଥାର କାରଣ ସମ୍ପର୍କରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତଦନ୍ତ କରିବ ବୋଲି ଅର୍ଥମନ୍ତ୍ରୀ ସୀତାରମଣ କହିଥିଲେ। ଇତିମଧ୍ୟରେ ଭାରତୀୟ ଷ୍ଟେଟବ୍ୟାଙ୍କର ମୁଖ୍ୟ ରଜନୀଶ କୁମାର କହିଛନ୍ତି ଯେ ୟେଶ୍‍ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରହିଛି। ତାହାର ପୁନର୍ଗଠନ ନିମନ୍ତେ ଏସବିଆଇକୁ ଏକ ଚିଠା ଯୋଜନା ପ୍ରଦାନ କରାଯାଇଛି ଏବଂ ଏସ୍‍ବିଆଇ ସମ୍ପ୍ରତି ତାହାକୁ ନେଇ କାର୍ଯ୍ୟ ଆରମ୍ଭ କରିଛି। ସେ ଏହାମଧ୍ୟ କହିଛନ୍ତି ଯେ ୟେସ୍‌ବ୍ୟାଙ୍କର ପୁନରୁଦ୍ଧାର ନିମନ୍ତେ ତାହାର ୪୯% ଅଂଶ ଅଧିଗ୍ରହଣ କରିବାକୁ ପ୍ରାୟ ୨୪୫୦ କୋଟି ଟଙ୍କା ଆବଶ୍ୟକ ହେବ। ଅବଶ୍ୟ ଏହି ପ୍ରକ୍ରିୟା ୩୦ଦିନ ମଧ୍ୟରେ ଶେଷହେବ।
ଏକ ସୂତ୍ରରୁ ଜଣାଯାଇଛି ଯେ ରାଣାଙ୍କୁ ଅଟକ ରଖାଯିବାପରେ ତାଙ୍କ ବାସଭବନ ଓ ଅନ୍ୟାନ୍ୟ ସ୍ଥାନରେ ଇଡି ପକ୍ଷରୁ ଚଢଉ କରାଯାଇଛି ଏବଂ ଏହି ପ୍ରକ୍ରିୟା ଆଉ କିଛିଦିନ ଜାରି ରହିବ। ଚଢଉ ସମୟରେ ଅଧିକାରୀମାନେ କେତେକ ଆପତ୍ତିଜନକ କାଗଜପତ୍ର ଏବଂ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଜବତ
କରିଛନ୍ତି, ଯାହାର ଏହି ଘଟଣା ସହିତ ସମ୍ପର୍କ ରହିଥିବା କୁହାଯାଉଛି। କୁଖ୍ୟାତ ନିଶା ଚୋରା ବ୍ୟବସାୟୀ ଇକ୍‍ବଲ ମେମୋନଙ୍କର ନିଲାମ ହୋଇଥିବା ସମ୍ପତ୍ତିକୁ ଖରିଦ କରିବା ସକାଶେ ଦିୱାନ ହାଉସିଂ ଫାଇନାନ୍ସ କର୍ପୋରେସନ ଲିମିଟେଡ (ଡିଏଚଏଫଏଲ)ର ପ୍ରମୋଟର ଭ୍ରାତା କପିଳ ୱାଧୱାନ ଏବଂ ଧୀରଜ ୱାଧୱାନକୁ ୟେଶ୍‍ ବ୍ୟାଙ୍କ ପକ୍ଷରୁ ବିପୁଳ ଋଣ ପ୍ରଦାନ କରାଯାଇଥିଲା। ସେହି ସମୟରେ ରାଣା, ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଶହଶହ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ତଦନ୍ତ ସମୟରେ ଜାଣିବାକୁ ପାଇଛନ୍ତି। ଉକ୍ତ ଦେଣନେଣ ସହିତ ବ୍ୟାଙ୍କର ସାମ୍ପ୍ରତିକ ସ୍ଥିତିକୁ ନେଇ ଇଡି କର୍ତ୍ତୃପକ୍ଷ ରାଣାଙ୍କୁ ଜେରା ଆରମ୍ଭ କରିଛନ୍ତି। ତାହାସହିତ ରାଣା ଏବଂ ତାଙ୍କ ପତ୍ନୀ ଯେଭଳି ଦେଶଛାଡି ବାହାରକୁ ଯାଇନପାରିବେ, ସେଥିପାଇଁ ସେମାନଙ୍କ ବିରୋଧରେ ଲୁକ୍‍ଆଉଟ୍‌ ନୋଟିସ ଜାରି କରାଯାଇଛି। ଇତିମଧ୍ୟରେ ଏସବିଆଇ ମୁଖ୍ୟ ରଜନୀଶ କୁମାର ଶନିବାର କହିଛନ୍ତି ଯେ ୟେଶ୍‍ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସୁରକ୍ଷିତ ରହିଛି। ସେ କହିଛନ୍ତି ଯେ ବ୍ୟାଙ୍କ ପୁନର୍ଗଠନ ନିମନ୍ତେ ତାଙ୍କ ବ୍ୟାଙ୍କକୁ ଏକ ଚିଠା ଯୋଜନା ପ୍ରଦାନ କରାଯାଇଛି। ସମ୍ପ୍ରତି ତାହା ଉପରେ ସେମାନେ ପରୀକ୍ଷା ନିରୀକ୍ଷା କରି ଦେଖୁଛନ୍ତି। ବହୁ ସୁଦୃଢ ନିବେଶକ ଉକ୍ତ ଯୋଜନାକୁ ଦେଖିବାପରେ ଏସବିଆଇ ସହିତ ଯୋଗାଯୋଗ ଆରମ୍ଭ କରିଛନ୍ତି। ତେବେ କୌଣସି କ୍ଷେତ୍ରରେ ୟେଶ୍‍ ବ୍ୟାଙ୍କର ଅଂଶୀଦାର ଏବଂ ଜମାକାରୀଙ୍କ ସ୍ୱାର୍ଥ ସହିତ ସାଲିସ କରାଯିବନାହିଁ।
ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୟେଶ୍‍ ବ୍ୟାଙ୍କ ପୁନର୍ଗଠନ ଯୋଜନାରେ କୁହାଯାଇଛି ଯେ ଏଥିରେ ନିବେଶକଙ୍କୁ ୪୯ ପ୍ରତିଶତ ଅଂଶଧନ ହାସଲ କରିବାକୁ ହେବ ଏବଂ ପୁଞ୍ଜିନିବେଶର ତିନିବର୍ଷ ପୂର୍ବରୁ ତାହା ୨୬%ରୁ କମ୍‍ ହୋଇପାରିବ ନାହିଁ। ଉକ୍ତ ଚିଠା ପ୍ରସ୍ତାବ ଏସବିଆଇକୁ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଆରବିଆଇ ଇତିମଧ୍ୟରେ ୟେଶ୍‍ବ୍ୟାଙ୍କର ଜମାକାରୀଙ୍କ ନିମନ୍ତେ ଟଙ୍କା ଉଠାଣ ସୀମା ମାସକୁ ୫୦ହଜାରରେ ସୀମିତ ରଖାଯାଇଛି ଏବଂ ଏହି ଆଦେଶ ଏପ୍ରିଲ ୩ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories