www.samajalive.in
Friday, December 12, 2025
23.1 C
Bhubaneswar

କୁଳପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଞ୍ଚ ପରାମର୍ଶ : ଶୃଙ୍ଖଳା, ସ୍ବଚ୍ଛତା,ଗବେଷଣାକୁ ଗୁରୁତ୍ବ ଦିଅ

-ଉଚ୍ଚଶିକ୍ଷା ପାଇଁ ଅର୍ଥର ଅଭାବ ନାହିଁ,        -ନାକ୍ ଓ ଏନଆଇଆରଏଫ Ñଙ୍କ ସମକକ୍ଷ ହୁଅ
-ଅଣଛାତ୍ରଙ୍କ ପ୍ରତି କଠୋର ପଦକ୍ଷେପ ନିଅ, -ପରୀକ୍ଷା ଫଳ ପ୍ରକାଶନ ଓ ଚଢ଼ଉକୁ ଧ୍ୟାନ ଦିଅ

ଭୁବନେଶ୍ୱର :ରାଜ୍ୟରେ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟଗୁଡିକରେ ଯେଭଳି ଶୈକ୍ଷିକ ବାତାବରଣ ବଜାୟ ରହିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁଳପତିମାନଙ୍କୁ ପରାମର୍ଶ ଦେଇଛନ୍ତି।
ଶନିବାର ଅପରାହ୍ନରେ ଲୋକସେବା ଭବନର କନଭେନସନ ହଲରେ ଅନୁଷ୍ଠିତ କୁଳପତିସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଶ୍ବବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିରେ ସ୍ବଚ୍ଛତା ରଖିବା ସହିତ ଶିକ୍ଷକମାନଙ୍କୁ ଉଚ୍ଚଗବେଷଣା ପାଇଁ ଉତ୍ସାହିତ କର। ଏହାସହିତ ବିଶ୍ବବିଦ୍ୟାଳୟରେ ଯେଭଳି ଶାନ୍ତିଶୃଙ୍ଖଳା ବଜାୟ ରହିବ ଏବଂ ଅଣଛାତ୍ରଛାତ୍ରୀମାନେ କ୍ୟାମ୍ପସ ମଧ୍ୟରେ ନପଶି​‌େ​‌ବ ସେଦିଗରେ କଠୋର ପଦକ୍ଷେପ ଗ୍ରହଣ କର। ଏହାସହିତ ବିଶ୍ବବିଦ୍ୟାଳୟକୁ ଉତ୍କର୍ଷର ଶୀର୍ଷରେ ପହଞ୍ଚାଇବାପାଇଁ ସବୁ ପ୍ରକାର ପଦକ୍ଷେପ ନିଅ। ଯେ କୌଣସି ପରିପ୍ରେକ୍ଷୀରେ ବିଶ୍ବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଛାତ୍ର ଓ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ହିଂସା ଦେଖା ନଦିଏ ତାକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ଗ୍ରହଣ କର।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆଗାମୀ ବର୍ଷଠାରୁ ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ଯେଭଳି ନିର୍ଦିଷ୍ଟ ସମୟ ମଧ୍ୟରେ ପରୀକ୍ଷାଫଳ ପ୍ରକାଶନ ହେବ ସେଥିପ୍ରତି ଦୃଷ୍ଟି ଦିଅ। ଏହାସହିତ ସରକାରୀ ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିବ ତାହାକୁ ଧ୍ୟାନରେ ରଖି କାର୍ଯ୍ୟପନ୍ଥା ପ୍ରସ୍ତୁତ କର। ଏହାବାଦ୍ ବିଶ୍ବବିଦ୍ୟାଳୟରେ ଠିକଣା ଭାବେ ପାଠପଢ଼ା ଯାଉଛି କି ନାହିଁ ତାହା ସମୟକ୍ରମେ ତଦାରଖ କରିବାକୁ ଶ୍ରୀ ପଟ୍ଟନାୟକ କୁଳପତିମାନଙ୍କୁ ନିର୍ଦେଶ ଦେଇଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଆଗାମୀ ଦିନରେ ବିଶ୍ବବିଦ୍ୟାଳୟ ଯେଭଳି ନାକ୍ ଓ ଏନଆଇଆରଏଫ ରାଙ୍କ ସମକକ୍ଷ ହୋଇପାରିବ ସେଦିଗରେ ନିଜକୁ ପ୍ରସ୍ତୁତ କର। ଏହାସହିତ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ କିଭଳି ଶୈକ୍ଷିକ ବାତାବରଣ ବଜାୟ ରହିବ ସେଥିପାଇଁ ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ବ୍ୟବଧାନରେ କଥାବାର୍ତ୍ତା କରି ସେମାନଙ୍କ ସମସ୍ୟା ବୁଝ। ଯଦି କୌଣସି କ୍ଷେତ୍ରରେ ଅର୍ଥର ଆବଶ୍ୟକ ପଡିବ ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଆଗାମୀ ଦିନରେ ବିଶ୍ବବିଦ୍ୟାଳୟଗୁଡିକ କିଭଳି ଜାତୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା କରି ସୁନାମ ଅର୍ଜନ କରିପାରିବ ସେନେଇ ଅନୁଷ୍ଠାନକୁ ଗଢ଼ି ତୋଳିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବାଣୀବିହାର ବିଶ୍ବବିଦ୍ୟାଳୟ ସହିତ ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହିତ ବାର୍ତ୍ତାଳାପ କରି ସମସ୍ୟା ବୁଝିଥିଲେ। ଏହି ଅବସରରେ କୁଳପତିମାନେ ସେମାନଙ୍କ ଅବସର ବୟସ ସୀମା ୬୫ବର୍ଷକୁ ବୃଦ୍ଧି କରିବା ଏବଂ ପ୍ରଫେସର ଅବଧିକୁ ୩ରୁ ୫ବର୍ଷକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି ରଖିଥିଲେ। ବୈଠକରେ ଉଚ୍ଚଶିକ୍ଷାମନ୍ତ୍ରୀ ଡ. ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories